ଏମବିବିଏସ ପରେ ପ୍ରଥମ ରୋଗୀ ଭାବେ ବାପାଙ୍କୁ ଚିକିତ୍ସା କଲେ ପୁଅ:ସୁସ୍ଥ ହୋଇ ଫେରିଲେ ପୁର୍ବତନ ବିଧାୟକ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କରୋନା ର କରାଳ ରୂପ ଦେଶକୁ କବଳିତ କରିଥିବା ବେଳେ ରୋଗୀଙ୍କ ଭାଗ୍ୟ ଏବେ ଡାକ୍ତରଙ୍କ ହାତରେ । ବାପାଙ୍କ ସ୍ୱପ୍ନ ଥିଲା ଡାକ୍ତରୀ ପଢିସାରିବା ପରେ ରୋଗୀଙ୍କ ସେବା କାର୍ଯ୍ୟ ଜାରୀରଖିବି । କିନ୍ତୁ କିଏ ଜାଣେ ଡାକ୍ତରୀ ପଢିସାରିବା ପରେ ନିଜ ବାପାଙ୍କୁ  ପ୍ରଥମ ରୋଗୀ ରୁପେ ଚିକିତ୍ସା କରିବାକୁ ପଡିବବୋଲି । ଏଭଳି ଏକ ଘଟଣା ଘଟିଛ ନୀଳଗିରି ମାଟିର ପୁର୍ବତନ ବିଧାୟକ ଚିତରଂଜନ ଷଡଙ୍ଗୀଙ୍କ କ୍ଷେତ୍ରରେ । ତାଙ୍କ ପୁଅ ବ୍ରହ୍ମପ୍ରସାଦ ଷଡଙ୍ଗୀ ଏମବିବିଏସ ପାସ କରିବା ପରେ ପ୍ରଥମ ରୋଗୀ ରୁପେ ନିଜ ବାପାଙ୍କୁ କରୋନା ରୋଗରୁ ଆରୋଗ୍ୟ କରିଛନ୍ତି । ଗତ ମାସ ଏପ୍ରିଲ ୧୯ ତାରିଖରେ ହଠାତ୍ ଅସୁସ୍ଥ ହୋଇ ପଡିଥିଲେ ଓ ପରେ କରୋନା ଚିହ୍ନଟ ହୋଇଥିଲେ ତାଙ୍କୁ ଭୁବନେଶ୍ୱର  ହାଇଟେକ୍ ହସ୍ପିଟାଲର କୋଭିଡ୍ ବିଭାଗରେ ଭର୍ତି କରାଯାଇଥିଲା । ଆଗରୁ ମଧୁମେହ ରୋଗ ଥିବାରୁ କରୋନା ଅତିଶିଘ୍ର ଫୁସଫୁସକୁ ସଂକ୍ରମଣ କରିଥିଲା । ସେହି ହସ୍ପିଟାଲରେ ନିଜର ପୁଅ ଏମବିବିଏସ ପରେ ଗତ ଏପ୍ରିଲି ୨୬ ତାରିଖରେ ପାସ କରି କୋଭିଡ୍ ଡିୟୁଟିରେ ନିୟଜିତ ହୋଇଥିଲେ । ସେହି ୱାର୍ଡେରେ ନିଜର ବାପା ପଡିଥିବା ବେଳେ ପ୍ରଥମ ରୋଗୀ ଭାବେ ସେ ତାଙ୍କର ସେବା ଆରମ୍ଭ କରି ନିଜର କ୍ୟାରିୟର ଆରମ୍ଭ କରିଥିଲେ । ଆଜି ତାଙ୍କ ବାପା ସପୁର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ତାଙ୍କର ଖୁସି କହିଲେ ନସରେ । ସୁସ୍ଥ ହୋଇ ପେରିବା ପରେ ଷଡଙ୍ଗୀ ନୀଳଗିରି ବାସୀ, କାର୍ଯ୍ୟରତ ସାମ୍ବାଦିକ, ଓକିଲ ବନ୍ଧୁ ସମସ୍ତଙ୍କ ଭଲ ପାଇବା ପାଇଁ ଏହା ସମ୍ଭବ ହୋଇଛି ବୋଲି  ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Related Posts