ପଶ୍ଚିମବଙ୍ଗ ଉପନିର୍ବାଚନରେ ବାପାଙ୍କ ପାଇଁ ପ୍ରଚାର କରିବେ ସୋନାକ୍ଷୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଶ୍ଚିମବଙ୍ଗ ଉପନିର୍ବାଚନରେ ବାପାଙ୍କ ପାଇଁ ପ୍ରଚାର କରିବେ ସୋନାକ୍ଷୀ ସିହ୍ନା । ସେପଟେ ପଶ୍ଚିମବଙ୍ଗରେ ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଛି । ଆସନ୍ତା ଏପ୍ରିଲ ୧୨ ତାରିଖରେ ଆସନସୋଲ ଲୋକସଭା ଆସନ ଓ ବାଲିଗଞ୍ଜ ବିଧାନସଭା ଆସନ ପାଇଁ ମତଦାନ ହେବାକୁ ଯାଉଛି । ତେବେ ବାଲିଗଞ୍ଜରେ ତୃଣମୂଳ କଂଗ୍ରେସ ପ୍ରାର୍ଥୀ ବାବୁଲ ସୁପ୍ରିୟୋ ଏବଂ ଆସନସୋଲ ଲୋକସଭା ଆସନରୁ ଅଭିନେତା ଶତୃଘ୍ନ ସିହ୍ନା ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି ।

ଏହା ମଧ୍ୟରେ ଶତୃଘ୍ନଙ୍କ ପାଇଁ ତାଙ୍କ ଝିଅ ନିର୍ବାଚନ ଲଢ଼ିବାର କଥା ସାମ୍ନାକୁ ଆସିଛି । ଏନେଇ ସେ ଆସନସୋଲ ଆସିବେ ବୋଲି ନିଜେ ସୂଚନା ଦେଇଛନ୍ତି । ଆସନ୍ତା ରବିବାର ଠାରୁ ଶତୃଘ୍ନ ସିହ୍ନା ଆସନସୋଲରେ ପ୍ରଚାର ଆରମ୍ଭ କରିବାକୁ ଯାଉଛନ୍ତି । ଏଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

Related Posts