ରୋଜର୍‌ ବିନ୍ନିଙ୍କୁ ଅଭିନନ୍ଦନ ଜଣାଇଲେ ସୌରଭ ଗାଙ୍ଗୁଲି: ବିସିସିଆଇ ଭଲ ହାତରେ ରହିଛି

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)କୁ ମିଳିଛି ନୂଆ ଅଧ୍ୟକ୍ଷ । ସୌରଭ ଗାଙ୍ଗୁଲିଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ବିଶ୍ୱକପ୍‌ ବିଜେତା ଟିମ୍‌ର ସଦସ୍ୟ ଥିବା ରୋଜର୍‌ ବିନ୍ନି ବୋର୍ଡର ନୂତନ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ଏନେଇ ଘୋଷଣା ହେବା ପରେ ପ୍ରଥମ ଥର ଲାଗି ପ୍ରତିକ୍ରିୟା ଦେଇଛନ୍ତି ଗାଙ୍ଗୁଲି।

ଗାଙ୍ଗୁଲି କହିଛନ୍ତି, ମୁଁ ରୋଜର ବିନ୍ନିଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି। ଯେଉଁ ନୂଆ ଟିମ୍‌ ଚୟନ ହୋଇଛି ତାହା ସମସ୍ତ ଜିନିଷକୁ ଆଗକୁ ବଢ଼ାଇବା ଦିଗରେ କାର୍ଯ୍ୟ କରିବ। ବିସିସିଆଇ ଭଲ ହାତରେ ରହିଛି। ଭାରତୀୟ କ୍ରିକେଟ ମଜଭୂତ ଭାବେ ଆଗକୁ ବଢ଼ୁଛି, ମୁଁ ତାଙ୍କୁ ଅଭିନନ୍ଦନ ଜଣାଉଛି ବୋଲି ସେ କହିଛନ୍ତି।

କହିରଖୁଛୁ ଯେ,ପ୍ରାୟ ୩ ବର୍ଷ ଧରି ଗାଙ୍ଗୁଲି ଅଧ୍ୟକ୍ଷ ପଦ ତୁଲାଇ ଆସୁଥିଲେ। ପ୍ରଥମେ ତାଙ୍କୁ ପୁଣି ସୁଯୋଗ ମିଳିବ ବୋଲି ଆଶା କରାଯାଉଥିଲା। ହେଲେ ତାହା ହୋଇ ନ ଥିଲା। ତେବେ ସେ ପୁଣିଥରେ ବଙ୍ଗ କ୍ରିକେଟ ଆସୋସିଏଶନ ସହ ଯୋଡ଼ି ହେବେ ବୋଲି କୁହାଯାଉଛି। ସେ ସିଏବିର ଅଧ୍ୟକ୍ଷ ପଦ ଲାଗି ନିର୍ବାଚନ ଲଢ଼ି ପାରନ୍ତି ।

Related Posts