ପଡିଆକୁ ଫେରିବେନି ଦାଦା, ବ୍ୟକ୍ତିଗତ କାରଣ ଦର୍ଶାଇ ଲେଜେଣ୍ଡସ୍‌ ଲିଗରୁ ନାମ ଫେରାଇ ନେଲେ ସୌରଭ ଗାଙ୍ଗୁଲି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପଡିଆକୁ ଫେରିବେନି ଦାଦା । ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ତଥା ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ୧୦ ବର୍ଷ ପରେ ଲେଜେଣ୍ଡସ୍‌ ଲିଗ ମାଧ୍ୟମରେ ମୈଦାନକୁ ଫେରିଥାନ୍ତେ । ହେଲେ ଏବେ ସେଥିରେ ଲାଗିଛି ବ୍ରେକ୍‌ । ବ୍ୟକ୍ତିଗତ କାରଣ ପାଈଁ ଲେଜେଣ୍ଡସ୍‌ କ୍ରିକେଟ୍‌ରୁ ନିଜ ନାମକୁ ଫେରାଇଛନ୍ତି ଗାଙ୍ଗୁଲି।

ଖବର ଅନୁଯାୟୀ, ଆଜାଦୀକା ଅମୃତ ମହୋତ୍ସବ ଅବସରରେ ୧୦ ସେପେମ୍ବରଠୁ ଇଣ୍ଡିଆ ମହାରାଜ ଏବଂ ୱାର୍ଲ୍ଡ ଜାଏଣ୍ଟସ୍ ମଧ୍ୟରେ ମ୍ୟାଚ୍‌ ଖେଳାହେବାକୁ ଥିଲା । କୋଲକାତା ଇଡେନ୍‌ ଗାର୍ଡେନରେ ଏହି ମୁକାବିଲ ହୋଇଥାନ୍ତି । କିନ୍ତୁ ଏହାପୂର୍ବରୁ ସୌରଭ ଗାଙ୍ଗୁଲି ନିଜ ନାମକୁ ଫେରାଇ ନେଇଛନ୍ତି । ବ୍ୟକ୍ତିଗତ କାରଣ ପାଇଁ ସେ ନିଜ ନାମ ଫେରାଇନଥିବା ଜଣାପଡିଛି ।

ସେପଟେ ସୌରଭ ଏନେଇ ଏକ ଘରୋଇ ଚ୍ୟାନେଲ୍‌କୁ ସାକ୍ଷାତକାର ଦେବା ସମୟରେ କହିଛନ୍ତି ଯେ, ସମୟର ଅଭାବ ଏବଂ ବ୍ୟକ୍ତିଗତ କାରଣ ପାଇଁ ମୁଁ ଏହି ମ୍ୟାଚ୍‌ ଖେଳିବିନାହିଁ । ଗାଙ୍ଗୁଲି କେବଳ ଗୋଟିଏ ଚ୍ୟାରିଟି ମ୍ୟାଚ୍‌ ଖେଳିବାର ଥିଲା । ତେବେ ଟିମ୍‌ରୁ ନିଜ ନାମକୁ ଫେରାଇ ଆଣିବା ପରେ କ୍ରୀଡପ୍ରେମୀକୁ ଝଟ୍‌କା ଲାଗିଛି । ବହୁ ଦିନ ପରେ ଗାଙ୍ଗୁଲିଙ୍କୁ ପଡିଆରେ ଦେଖିବାକୁ ପାଇଥାନ୍ତେ ଫ୍ୟାନ୍ସ । କିନ୍ତୁ ଏବେ ନାମ ଫେରାଇବା ପରେ ଫ୍ୟାନ୍ସଙ୍କ ଆଶା ଆଶାରେ ରହିଯାଇଛି ।

Related Posts