ସୌରଭ ଗାଙ୍ଗୁଲିଙ୍କୁ ଆଇସିସି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଅନୁମତି ଦିଆଯାଉ: ପ୍ରଧାନମନ୍ତ୍ରୀଙ୍କୁ ମମତା ବାନାର୍ଜୀଙ୍କ ଅନୁରୋଧ

କୋଲକତା: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅନୁରୋଧ କରିଛନ୍ତି । ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ସମ୍ପର୍କରେ ଏକ ବିଶେଷ ନିବେଦନ କରିଛନ୍ତି ମମତା ବାନାର୍ଜୀ । ସେ କହିଛନ୍ତି, ମୁଁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରୁଛି ଯେ ସୌରଭ ଗାଙ୍ଗୁଲିଙ୍କୁ ଆଇସିସି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଅନୁମତି ଦିଆଯାଉ।

ସେ ଜଣେ ଲୋକପ୍ରିୟ ବ୍ୟକ୍ତି, ତେଣୁ ରାଜନୀତି ଯୋଗୁ ତାଙ୍କୁ ଏଥିରୁ ବଞ୍ଚିତ ନ କରାଯାଉ। ସେ କୌଣସି ରାଜନୈତିକ ଦଳର ସଦସ୍ୟ ନୁହଁନ୍ତି। ତାଙ୍କୁ ଭୁଲ ଭାବେ ବିସିସିଆଇରୁ ବିଦା କରାଯାଇଛି। ମୁଁ ବହୁତ ଦୁଃଖିତ। ସୌରଭ ଜଣେ ଅତି ଲୋକପ୍ରିୟ ବ୍ୟକ୍ତିତ୍ୱ। ସେ ଭାରତୀୟ ଦଳର ଅଧିନାୟକ ଥିଲେ। ସେ ଦେଶକୁ ବହୁତ କିଛି ଦେଇଛନ୍ତି। ସେ କେବଳ ବଙ୍ଗଳାର ଗର୍ବ ନୁହେଁ ବରଂ ଭାରତର ଗର୍ବ। ତାଙ୍କୁ ଏଭଳି ଭାବେ ବାଦ ଦେବା ଭୁଲ ଅଟେ।

ସୂଚନାଯୋଗ୍ୟ, ଗାଙ୍ଗୁଲି ବିସିସିଆଇ ସଭାପତି ପଦ ଜାରି ରଖିବାକୁ ଚାହୁଁଥିଲେ ମଧ୍ୟ ଅନ୍ୟ ସଦସ୍ୟଙ୍କ ସମର୍ଥନ ପାଇ ନ ଥିବା ଜଣାଯାଇଛି। ପୂର୍ବତନ କ୍ରିକେଟର୍‌ ରୋଜର ବିନି ତାଙ୍କ ସ୍ଥାନ ନେବେ। ଅକ୍ଟୋବର ୨୦ରେ ଆଇସିସି ଅଧ୍ୟକ୍ଷଙ୍କ ପାଇଁ ନାମାଙ୍କନପତ୍ର ଦାଖଲ କରାଯିବ।

Related Posts