କ୍ରିକେଟ୍ ଆସୋସିଏସନ ଅଫ ବେଙ୍ଗଲର ନିର୍ବାଚନ ଲଢିବେ ସୌରଭ ଗାଙ୍ଗୁଲି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ବୋର୍ଡ(ବିସିସିଆଇ)ର ଅଧ୍ୟକ୍ଷ ପଦ ଛାଡିବାକୁ ଯାଉଛନ୍ତି ସୌରଭ ଗାଙ୍ଗୁଲି। ତେବେ ଏହାରି ମଧ୍ୟରେ ତାଙ୍କୁ ନେଇକି ଆସିଛି ଏକ ବଡ ଖବର। ପୂର୍ବତନ ଅଧିନାୟକ ଗାଙ୍ଗୁଲି କହିଛନ୍ତି ଯେ, ସେ କ୍ରିକେଟ୍ ଆସୋସିଏସନ ଅଫ ବେଙ୍ଗଲ(ସିଏବି)ର ନିର୍ବାଚନ ଲଢିବେ।

ଗାଙ୍ଗୁଲି ବିସିସିଆଇ ଅଧ୍ୟକ୍ଷ ହେବା ପୂର୍ବରୁ ବି ସିଏବିର ସଭାପତି ପଦରେ ରହିଥିଲେ।

ଗାଙ୍ଗୁଲି ବିସିସିଆଇର ଅଧ୍ୟକ୍ଷ ହେବା ପରେ ଜଗମୋହନ ଡାଲମିଆଙ୍କ ପୁଅ ଅଭିଷେକ ଡାଲମିଆ ସିଏବି ଅଧ୍ୟକ୍ଷ ହୋଇଥିଲେ। ଏବେ ଅଭିଷେକ ଡାଲମିଆଙ୍କ କାର୍ଯ୍ୟକାଳ ସମାପ୍ତ ହେବାକୁ ଯାଉଛି। ଏମିତିରେ ସୌରଭ ଗାଙ୍ଗୁଲି ବାକି ସଦସ୍ୟଙ୍କ ସହ ନିର୍ବାଚନ ଲଢିବାକୁ ଯାଉଛନ୍ତି। ସିଏବି ଅଧ୍ୟକ୍ଷ ପଦ ଲାଗି ନିର୍ବାଚନ ଚଳିତ ମାସ ଶେଷ ଆଡକୁ ହେବାର ସମ୍ଭାବନା ରହିଛି।

ଗାଙ୍ଗୁଲି ପିଟିଆଇକୁ କହିଛନ୍ତି, ମୁଁ ସିଏବି ନିର୍ବାଚନ ଲଢିବି। ଅକ୍ଟୋବର ୨୨ରେ ନାମାଙ୍କନ ଭରିବାର ଯୋଜନା ରହିଛି। ମୁଁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ସିଏବିରେ କାମ କରିଛି ଏବଂ ଲୋଧା ସୁପାରିଶଙ୍କ ନିୟମ ଅନୁସାରେ ଏହି ପଦରେ ଆଉ ଚାରି ବର୍ଷ ପର୍ଯ୍ୟନ୍ତ ରହି ପାରିବି।

Related Posts