ସ୍ପୁଟନିକ-ଭି ଟିକା ର ଦର ଧାର୍ଯ୍ୟ କଲା ଡକ୍ଚର ରେଡ୍ଡୀ ଲ୍ୟାବ : ହାଇଦ୍ରାବାଦରେ ହେଲା ପ୍ରଥମ ଡୋଜ ର ପ୍ରୟୋଗ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ଵର : ରୁଷ ଦ୍ବାରା ପ୍ରସ୍ତୁତ କରୋନା ଟିକା ସ୍ପୁଟନିକ-ଭି ଖୁବଶୀଘ୍ର ମାର୍କେଟରେ ଉପଲବ୍ଧ ହେବାକୁ ଯାଉଛି । ଭାରତରେ ଏହି ଟିକାର ପିରଚାଳନା ଦାୟିତ୍ୱରେ ଥିବା ହାଇଦ୍ରାବାଦର ଡକ୍ଚର ରେଡ୍ଡୀ ଲ୍ୟାବ ଏହାର ଦର ଧାର୍ଯ୍ୟ କରିଛି। ଗୋଟିଏ ଡୋଜର ଦାମ ୯୯୫ ଟଙ୍କା ରହିଛି। ଟିକାର ଦାମ୍ ୯୪୮ ଟଙ୍କା ହୋଇଥିବା ବେଳେ ୫ ପ୍ରତିଶତ ଜିଏସଟି ମିଶାଇ ଏହି ଦର ୯୯୫ ଟଙ୍କା ହେବ ବୋଲି କମ୍ପାନୀ ଘୋଷଣା କରିଛି। ହାଇଦ୍ରାବାଦରେ ପାଇଲଟ ପ୍ରୋଜେକ୍ଚ ଭାବରେ ଏହି ଟିକା ଦିଆଯାଇଛି। ଡା ରେଡ୍ଡୀ ଲ୍ୟାବର କଷ୍ଟମ ଫାର୍ମା ସର୍ଭିସର ଗ୍ଲୋବାଲ ମୁଖ୍ୟ ଦୀପକ ସପ୍ରା ଭାରତରେ ପ୍ରଥମ ବ୍ୟକ୍ତି ଭାବେ ସ୍ପୁଟନିକ-ଭି ର ଡୋଜ୍‌ ନେଇଛନ୍ତି। ଋଷ ରୁ ଏହି ଟିକା ଆମଦାନୀ ହୋଇ ଭାରତରେ ମେ ପହିଲାରେ ପହଞ୍ଚିଥିଲା। ମେ ୧୩ରେ ଭାରତର ସେଣ୍ଟ୍ରାଲ ଡ୍ରଗ୍ସ ଲାବୋରୋଟରୀ ଏହି ଟିକାକୁ ଅନୁମତି ପ୍ରଦାନ କରିଛି । ଭାରତ ବାୟୋଟେକ୍ ର କୋଭାକ୍ସିନ ଓ ସେରମ୍ ଇନଷ୍ଟିଚ୍ୟୁଟର କୋଭିଶିଲ୍ଡ ପରେ ତୃତୀୟ ଟିକା ଭାବରେ ସ୍ପୁଟନିକ ଭି ଜରୁରୀକାଳୀନ ଭାବରେ ଅନୁମୋଦିତ ହୋଇଛି। ‘ସ୍ପୁଟନିକ୍ ଭି’ ୯୫% ସଫଳ ହୋଇଥିବା ବେଳେ ଏହା ଘରୋଇ ହସ୍ପିଟାଲରେ ମଧ୍ୟ ଉପଲବ୍ଧ ହେବ ।

ଏହା କରୋନାକୁ ମାତ୍‌ ଦେବାରେ ୯୧.୬% ଫଳପ୍ରଦ ବୋଲି ବୈଜ୍ଞାନିକମାନେ ଦାବି କରିଛନ୍ତି। ଏହା ହେଉଛି ବିଶ୍ଵର ପ୍ରଥମ କରୋନା ଟିକା । ୨୦୨୦ ଅଗଷ୍ଟ ମାସରେ ରୁଷ୍ ର ଗମାଲାୟା ବୈଜ୍ଞାନିକ ଏହି ସ୍ପୁଟନିକ୍ ଭି ଟିକା ପ୍ରସ୍ତୁତ କରିଛନ୍ତି। ରୁଷର ଗାମେଲିୟା ଇନଷ୍ଟିଚ୍ୟୁଟ ତିଆରି କରିଥିବା ସ୍ପୁଟନିକ-ଭି ଟିକାକୁ ରୁଷ ସରକାର ଗତବର୍ଷ ଅଗଷ୍ଟରୁ ଦେଶରେ ବ୍ୟବହାର କରିବାକୁ ଅନୁମତି ଦେଇଥିଲେ। ଏହି କମ୍ପାନୀ ସ୍ପୁଟନିକ ଲାଇଟ ଟିକା ମଧ୍ୟ ତିଆରି କରିଛି ଯାହା ଏକ ସିଙ୍ଗଲ ଡୋଜ୍‌ ଟିକା। ରୁଷ ସମେତ ଏକାଧିକ ଦେଶ ସ୍ପୁଟନିକ-ଭିର ବ୍ୟବହାର କରୁଥିଲେ ହେଁ ୟୁରୋପିଆନ ମେଡିସନ ଏଜେନ୍ସି ଏଯାଏ ଏହାର ବ୍ୟବହାର ପାଇଁ ଅନୁମତି ଦେଇନାହିଁ।

Related Posts