ହାଇଦ୍ରାବାଦରେ କଲେଜ ବିଜ୍ଞାନାଗାରରୁ ଗ୍ୟାସ୍ ଲିକ୍, ୨୫ ଛାତ୍ରୀ ଅସୁସ୍ଥ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ହାଇଦ୍ରାବାଦର କସ୍ତୁରବା ଗାନ୍ଧି ଜୁନିୟର କଲେଜରେ ଆଜି ଏକ ଅଘଟଣ ଘଟିଛି । କଲେଜର ବିଜ୍ଞାନାଗାରରେ ଏକ ଗ୍ୟାସ ଲିକ୍ କରିବାରୁ ୨୫ ଜଣ ଛାତ୍ରୀ ଅସୁସ୍ଥ ହୋଇପଡ଼ିଥିଲେ । କଲେଜ କର୍ତୃପକ୍ଷ ସେମାନଙ୍କୁ ତୁରନ୍ତ ସିକନ୍ଦରାବାଦର ଗୀତା ନର୍ସିଂ ହୋମରେରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା ।

ଏହି ଖବର ଜାଣିବା ପରେ ଅଭିଭାବକ ଓ ସ୍ଥାନୀୟ ଲୋକେ ହସପିଟାଲରେ ପହଞ୍ଚିବା ସହ କଲେଜ କର୍ତ୍ତୃପକ୍ଷ ଅବହେଳା କରିଥିବା ଅଭିଯୋଗ କରି ପ୍ରତିବାଦ କରିଥିଲେ ।ପୁଲିସ ଏହି ଘଟଣା ସଂପର୍କରେ ଖବର ପାଇଁ କେଲେଜ ଓ ହସପିଟାଲରେ ପହଞ୍ଚିବା ସହ କଲେଜ କର୍ତ୍ତୃପକ୍ଷଙ୍କ ବିରୋଧରେ ଅବହେଳା ପାଇଁ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି । ଏହାସହିତ ଫରେନସିକ୍ ଟିମ ମଧ୍ୟ କଲେଜରେ ପହଞ୍ଚି କେଉଁ ଗ୍ୟାସ ଲିକ୍ ହେଲା ତାହାର ତଦନ୍ତ ଆରମ୍ଭ କରିଛି ।

ଅସୁସ୍ଥ ଛାତ୍ରୀଙ୍କ ମଧ୍ୟରୁ ଜଣକର ଅବସ୍ଥା ଗୁରୁତର ହୋଇପଡ଼ିଥବା ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି । ତେବେ ଆଶ୍ବସ୍ତିର ବିଷୟ ହେଉଛି ଅସୁସ୍ଥ ହୋଇଥିବା ଛାତ୍ରୀମାନେ ବିପଦମୁକ୍ତ ଥିବା ସୂଚନା ମିଳିଛି । ସେମାନଙ୍କୁ ହସପିଟାଲରୁ ଏପର୍ଯ୍ୟନ୍ତ ଛଡ଼ାଯାଇନାହିଁ । ଏହି ଘଟଣା ପରେ ଆସନ୍ତା ଶନିବାରକୁ କଲେଜକୁ ଛୁଟି ଘୋଷଣା କରିଛନ୍ତି କଲେଜ କର୍ତ୍ତୃପକ୍ଷ ।

Related Posts