ଦୁଷ୍କର୍ମ ଅଭିଯୋଗରେ ଗିରଫ ହେବାପରେ ଦନୁଷ୍କା ଗୁଣତିଲକଙ୍କୁ ବହିଷ୍କାର କଲା ଶ୍ରୀଲଙ୍କା କ୍ରିକେଟ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଶ୍ରୀଲଙ୍କା କ୍ରିକେଟର ଦନୁଷ୍କା ଗୁଣତିଲକଙ୍କୁ ବହିଷ୍କାର କରିଛି ଶ୍ରୀଲଙ୍କା କ୍ରିକେଟ।ଦନୁଷ୍କା ଗୁଣତିଲକଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ହେବା ପରେ ଶ୍ରୀଲଙ୍କା କ୍ରିକେଟ ବୋର୍ଡ ତାଙ୍କୁ ସମସ୍ତ ଫର୍ମାଟରୁ ନିଲମ୍ବିତ କରିଛି । ଅଷ୍ଟ୍ରେଲିଆରେ ଜଣେ ମହିଳା, ଦନୁଷ୍କା ଗୁଣତିଲକଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ । ଅଭିଯୋଗ ଆଧାରରେ ସିଡନୀ ପୋଲିସ ତାଙ୍କୁ ଗିରଫ କରିଥିଲା । ଏହାପରେ ଶ୍ରୀଲଙ୍କା କ୍ରିକେଟ ପକ୍ଷରୁ ତାଙ୍କ ଉପରେ ଏହି କାର୍ଯ୍ୟନୁଷ୍ଠାନ ନିଆଯାଇଛି ।

ସୂଚନା ଅନୁସାରେ, ଅଷ୍ଟ୍ରେଲିଆରେ ଚାଲିଥିବା ଟି-ଟ୍ବେଣ୍ଟି ବିଶ୍ବକପ ପାଇଁ ଶ୍ରୀଲଙ୍କା ଦଳ ସହ ଅଷ୍ଟ୍ରେଲିଆ ଗସ୍ତ କରିଥିଲେ ଦନୁଷ୍କା । ସେଠାରେ ଜଣା ମହିଳା ତାଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ କରିଥିଲେ । ଏହାପରେ ସିଡନୀ ପୋଲିସ ତାଙ୍କୁ ଗରିଫ କରିଥିଲା । ବିଶ୍ବକପରୁ ବାଦ ପଡିବା ପରେ ଶ୍ରୀଲଙ୍କା ଦଳ ସ୍ବଦେଶ ଫେରିଥିଲେ ସୁଦ୍ଧା ଗୁଣତିଲକ ଫେରି ନହାନ୍ତି । ଦନୁଷ୍କା ଗୁଣତିଲକ ଗିରଫ ହେବାପରେ ଶ୍ରୀଲଙ୍କା କ୍ରିକେଟ କାର୍ଯ୍ୟକାରୀ କମିଟି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ସମସ୍ତ ଫର୍ମାଟରୁ ଦନୁଷ୍କାଙ୍କୁ ନିଲମ୍ବିତ କରିଛି । ଆଗକୁ କୌଣସି ମ୍ୟାଚ ନେଇ ତାଙ୍କୁ ସୁଯୋଗ ଦିଆଯିବ ନାହିଁ । ୩୧ବର୍ଷୀୟ ଦନୁଷ୍କା ଚଳିତ ଟି-ଟ୍ବେଣ୍ଟି ବିଶ୍ବକପର କିଛି ମ୍ୟାଚ ଖେଳିଥିଲେ । ଏହାପରେ ଆହତ କାରଣରୁ ଦଳରେ ଥିଲେ ମାତ୍ର ମ୍ୟାଚ ଖେଳିନଥିଲେ ।

ସୂଚନାଯୋଗ୍ୟ ଯେ, ବିଶ୍ବକପ ପାଇଁ ଅଷ୍ଟ୍ରେଲିଆ ଗସ୍ତରେ ଥିବା ଦନୁଷ୍କା ଜଣେ ମହିଳାଙ୍କୁ ଅସଦାଚରଣ କରିଥିବା ରବିବାର ଅଭିଯୋଗ ହୋଇଥିଲା । ସିଡନୀ ଇଷ୍ଟ ସ୍ଥିତ ରୋଜ ବେରେ ରହୁଥିବା ଜଣେ ୨୯ ବର୍ଷୀୟା ମହିଳା ତାଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ । ଏହାପରେ ତାଙ୍କୁ ସିଡନୀ ପୋଲିସ ଗିରଫ କରିଥିଲା । ତାଙ୍କ ନାମରେ ୪ଟି ଦଫାରେ ମାମଲା ରୁଜୁ କରି କୋର୍ଟରେ ହାଜର କରିଥିଲା ପୋଲିସ । କୋର୍ଟ ତାଙ୍କ ଜାମିନ ଆବେଦନ ଖାରଜ କରିଥିଲେ । ତେବେ ଶ୍ରୀଲଙ୍କା କ୍ରିକେଟର ଦନୁଷ୍କା ନିଜ ଦେଶ ପାଇଁ ୨୦୧୫ରେ ଆନ୍ତର୍ଜାତୀୟ ମ୍ୟାଚରେ ଡେବ୍ୟୁ କରିଥିଲେ । ସେ ସର୍ବମୋଟ ୮ଟି ଟେଷ୍ଟ, ୪୭ଟି ଦିନିକିଆ ଏବଂ ୪୬ଟି ଟି-ଟ୍ବେଣ୍ଟି ଖେଳିଛନ୍ତି ।

Related Posts