ଯୁଦ୍ଧପ୍ରବଣ ୟୁକ୍ରେନରୁ ଓଡିଆ ଛାତ୍ରଛାତ୍ରୀଙ୍କୁ ଆଣିବା ପାଇଁ ଆକ୍ସନ ମୁଡ଼ରେ ରାଜ୍ୟ ସରକାର: 4 ଜଣଙ୍କୁ ଦେଲେ ଦାୟିତ୍ଵ

ଋଷର ଆକ୍ରମଣରେ ଏବେ ୟୁକ୍ରେନର ସ୍ଥିତି ସଂଘିନ ଥିବା ବେଳେ ସେଠାରେ ଫସିରହିଥିବା ଭାରତୀୟଙ୍କୁ ସୁରକ୍ଷିତ ଭାବେ ଆଣିବା କେନ୍ଦ୍ର ସରକାରଂକ ପାଇଁ ଚ୍ୟାଲେ୍ଜ ମୟ ଥିବା ବେଳେ, ଯୁଦ୍ଧ କାଳୀନ ଭିତ୍ତିରେ ଚାଲିଛି ଉଦ୍ଧାର କାର୍ଯ୍ୟ। ଗତ 24 ଘଣ୍ଟା ମଧ୍ୟରେ 15ଟି ବିମାନ ଯୋଗେ 3000 ଛାତ୍ରଛାତ୍ରୀ ଭାରତ ଫେରିଛନ୍ତି । ସେପଟେ ଫସି ରହିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଓଡ଼ିଶାର ଛାତ୍ରଛାତ୍ରୀ ମାନେ ରହିଛନ୍ତି । ଯାହାକୁ ନେଇ ଚିନ୍ତିତ ରାଜ୍ୟ ସରକାର । ଯୁଦ୍ଧପ୍ରବଣ ୟୁକ୍ରେନରୁ ଓଡିଆ ଛାତ୍ରଛାତ୍ରୀଙ୍କୁ ଆଣିବା ପାଇଁ ରାଜ୍ୟ ସରକାରଙ୍କ ତତ୍ପରତା ପ୍ରକାଶ କରିଛନ୍ତି । ୟୁକ୍ରେନରୁ ଆସି ପଡୋଶୀ ଦେଶରେ ଅଟକି ରହିଥିବା ଓଡିଆଙ୍କୁ ଫେରାଇ ଆଣିବାକୁ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ଛାତ୍ରଛାତ୍ରୀଙ୍କୁ ଆଣିବା ନେଇ ବ୍ୟବସ୍ଥା ରଖିବାକୁ ୪ ଜଣଙ୍କୁ ପ୍ରତିନିଧି ଭାବେ ଦାୟିତ୍ୱ ଦିଆଯାଇଛି ।

କିଟ୍, କିସ୍ ବିଶ୍ୱବିଦ୍ୟାଳୟର ଉପସଭାପତି ବିକ୍ରମାଦିତ୍ୟ ପୋଲାଣ୍ଡ ଓ ଅନ୍ୟ ଦେଶରୁ ଛାତ୍ରଛାତ୍ରୀଙ୍କୁ ଆଣିବା ଦାୟିତ୍ୱରେ ରହିବେ । ସେହିପରି ସିନିୟର ଟିଡିପିଏସ ଅଫିସର ଆରୁଷୀ ରାୟ ହଙ୍ଗେରୀରେ ଅଟକିଥିବା ଛାତ୍ରଛାତ୍ରୀଙ୍କୁ ଆଣିବା ଦାୟିତ୍ୱରେ ରହିବେ । ତା ସହିତ ରୋମାନିଆରେ ଆଶ୍ରୟ ନେଇଥିବା ଛାତ୍ରଛାତ୍ରୀଙ୍କୁ ଆଣିବା ଦାୟିତ୍ୱରେ ରହିବେ ବୈଶାଳୀ ମହାନ୍ତି । ଏହି ତିନି ଅଫିସରଙ୍କ ସହିତ ଅନୁରାଗ ପଟ୍ଟନାୟକ ସ୍ଲୋଭାକିଆରେ ଅଟକିଥିବା ଛାତ୍ରଛାତ୍ରୀଙ୍କୁ ଆଣିବା ନେଇ ଯୋଗାଯୋଗ କରିବେ । ଦିଲ୍ଲୀ ସ୍ଥିତ ରେସିଡେଣ୍ଟ କମିସନରଙ୍କ ସହ ଯୋଗାଯୋଗରେ ରହିବେ ଏହି ୪ ପ୍ରତିନିଧି।

Related Posts