ଜେଲ୍ ଭିତରେ ବଢ଼ୁଛି ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ଲୋକପ୍ରିୟତା: ୧୮ ସ୍ତ୍ରୀଙ୍କ ସ୍ୱାମୀର ଠକାମୀର କାହାଣୀ ଶୁଣିବା ପାଇଁ କଏଦୀଙ୍କ ମଧ୍ୟରେ ବଢ଼ୁଛି ଉତ୍କଣ୍ଠା

ନକଲି ଡାକ୍ତର ରମେଶ ସ୍ୱାଇଁ । ଏବେ ତାର ସମସ୍ତ ଠକାମୀ ଉପରୁ ପରଦା ଉଠିଯାଇଥିବା ବେଳେ, ଏବେ ଜେଲ୍ ର କୋଠରୀରେ ଦିନ କାଟୁଛି । ଜେଲ୍ ର ଚାରି କାନ୍ଥ ମଧ୍ୟରେ ସକାଳୁ ରାତି ପାହୁଥିବା ବେଳେ, କିନ୍ତୁ ଜେଲ୍ ରେ ନିଜ କର୍ତୁତ ରୁ ବାଦ୍ ପଡିନି ।ନିଜ କଳା କାରନାମା ର କାହାଣୀ ସେ କଏଦୀ ମାନକୁ କହି ବୁଲୁଛି । ଯାହାକୁ ଶୁଣିବା ପାଇଁ ମଧ୍ୟ କଏଦୀଙ୍କ ମଧ୍ୟରେ ବେଶ୍ ଉତ୍କଣ୍ଠା ପରିଲକ୍ଷିତ ହୋଇଛି । କେମିତି ସେ ୧୮ ଜଣ ମହିଳାଙ୍କୁ ଠକିଲେ ଏବଂ ବାହା ହେବାକୁ ପ୍ରବର୍ତ୍ତାଇଲେ, ଏସବୁ ଜାଣିବା ପାଇଁ କଏଦୀମାନେ ରମେଶଙ୍କ ଚାରିପଟେ ଭିଡ଼ ଜମାଉଥିବା ଖବର ମିଳିଛି । ଏସବୁ ପରେ ରମେଶଙ୍କୁ ସ୍ୱତନ୍ତ୍ର ସେଲକୁ ପଠାଇ ଦିଆଯାଇଛି ।

ନକଲି ଡ଼ାକ୍ତର ରମେଶ ସ୍ୱାଇଁଙ୍କ ମୁହଁରୁ ତାଙ୍କ କାହାଣୀ ଶୁଣିବା ପାଇଁ ଜେଲ ଭିତରେ ଉତ୍କଣ୍ଠା ଦେଖିବାକୁ ମିଳିଛି । ୧୮ ସ୍ତ୍ରୀଙ୍କ ସ୍ୱାମୀର ଠକାମୀର କାହାଣି କେମିତି ହୋଇଥିବ ତାହା ଜାଣିବା ପାଇଁ ସମସ୍ତଙ୍କ ମନରେ କୌତୁହଳ ଥିଲା । ଆଉ ରସିକିଆ ରମେଶ ତାଙ୍କ ଠକେଇ କାହାଣୀକୁ ପ୍ରବଚନ ଦେଲା ଭଳି କହୁଥିଲେ, ସାଥୀ କଏଦୀ ତାକୁ ମନ ଦେଇ ଶୁଣୁଥିଲେ । ମିଳିଥିବା ସୂଚନା ଅନୁସାରେ, ରମେଶ ଓ ତାଙ୍କ କଳାକାରନାମାର କାହାଣୀକୁ ଶୁଣି ବେଶ ମଜା ଉଠାଉଥିଲେ ଜେଲରେ ଥିବା କଏଦୀ । ଆଉ ସାଥୀ କଏଦୀଙ୍କ ଚାହିଦାକୁ ଦେଖି ରସିକିଆ ରମେଶ ମଧ୍ୟ ତାଙ୍କର ଗୋଟିଏ ପରେ ଗୋଟିଏ ଠକ କାହାଣୀ କହିଚାଲିଥିଲେ ।

ଶୁଣିବାକୁ ମିଳିଛି ଯେ, ଜେଲ ଭିତରେ ରମେଶ ଏଭଳି ଭିଡ଼ ଜମାଇବା ଦେଖି ଜଣେ ଜେଲ ଅଧିକାରୀ ତାଙ୍କ ଉପରେ ବିରକ୍ତି ପ୍ରକାଶ କରିଥିଲେ । ଆଉ ରମେଶଙ୍କୁ ଜେଲ ୱାର୍ଡରୁ ବାହାର କରି ହାଇ ସିକ୍ୟୁରିଟି ସେଲ ଭିତରକୁ ପଠାଇଦେଇଥିଲେ । ଝାରପଡ଼ା ଜେଲର ସେଲ ନମ୍ବର ୧୬ ହେଇଯାଇଛି ଠକ ରମେଶର ନୂଆ ଠିକଣା ।

Related Posts