ଭୁବନେଶ୍ବର : ରାଜ୍ୟର ସମସ୍ତ ଶିଳ୍ପାନୁଷ୍ଠାନ ଗୁଡ଼ିକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରୀ କରଯାଇଛି । ଆସନ୍ତା ଡିସେମ୍ବର ୧୪ତାରିଖ ସୁଦ୍ଧା ଫ୍ଲୋ ମିଟର ଲଗାଇବା ବାଧ୍ୟତାମୂଳକ କରାଯାଇଛି।

ବାସ୍ତବରେ ଶିଳ୍ପାନୁଷ୍ଠାନ ଗୁଡିକ କେତେ ନଦୀ/ନାଳ ଜଳ ନେଉଛନ୍ତି ତା’ର ରେକର୍ଡ ରାଜ୍ୟ ସରକାରଙ୍କ ପାଖରେ ରହିବ। ଏଥିପାଇଁ ସମସ୍ତ ଶିଳ୍ପାନୁଷ୍ଠାନକୁ ୧ କ୍ୟୁସେକ୍‌ରୁ ଅଧିକ ଜଳ ନେଉଥିବା ଶିଳ୍ପାନୁଷ୍ଠାନଗୁଡ଼ିକ ଯେଉଁ ଉତ୍ସରୁ ଜଳ ସଂଗ୍ରହ କରୁଛନ୍ତି ସେଠାରେ ଇନଟେକ୍‌ୱେଲ୍‌ ନିକଟରେ ଫ୍ଲୋ ମିଟର ଲଗାଇବେ।

ଏହାଦ୍ବାରା ପ୍ରତି ଶିଳ୍ପାନୁଷ୍ଠାନକୁ କେତେ ଜଳ ନେବାକୁ ଅନୁମତି ମିଳିଛି ଏବଂ ବାସ୍ତବରେ କେତେ ଜଳ ନେଉଛନ୍ତି ତା’ର ରେକର୍ଡ ରାଜ୍ୟ ସରକାରଙ୍କ ପାଖରେ ରହିବ। ଏପରିକି ଏହି ମିଟର ରିଡିଂ ଅନୁଯାୟୀ ଜଳସମ୍ପଦ ବିଭାଗ ଜଳକର ଆଦାୟ କରିବ। ଯେଉଁମାନେ ଧାର୍ଯ୍ୟ ଜଳ ଠାରୁ ଅଧିକ ଜଳ ନେଉଥିବେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜଳସମ୍ପଦ ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛି।