ସରକାରୀ କର୍ମଚାରୀଙ୍କ ୧୦% ବକେୟା ଦରମା ଓ ୫% ମହଙ୍ଗା ଭତ୍ତାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର: ସରକାରୀ କର୍ମଚାରୀଙ୍କ ପାଇଁ ଖୁସୀ ଖବର । 10% ବକେୟା ଏବଂ ୫ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର ।  ରାଜ୍ୟ ସରକାରୀ କର୍ମଚାରୀଙ୍କ ୫ ପ୍ରତିଶତ ଡିଏକୁ ଅନୁମତି ମିଳିଛି । ଏହି ୫ ପ୍ରତିଶତ ଡିଏ ୧ ଜାନୁଆରୀ ୨୦୨୦ରୁ ପିଛିଲା ଭାବେ ଲାଗୁ ହେବ । ସପ୍ତମ ବେତନ କମିସନଙ୍କ ଦ୍ୱାରା ଲାଗୁ ବକେୟା ଦରମାର ୧୦ ପ୍ରତିଶତ ପ୍ରଦାନକୁ ମଧ୍ୟ ଅନୁମୋଦନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । 
ମହଙ୍ଗା ଭତ୍ତା ଏବଂ ବକେୟା ଦରମାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ରାଜ୍ୟ ଉପରେ ପ୍ରାୟ 11 ହଜାର କୋଟି ଟଙ୍କା ରାଜସ୍ବ ବୋଝ ପଡ଼ିବ ବୋଲି କୁହାଯାଉଛି । ସେପଟେ ରାଜସ୍ବ ଆଶାଠାରୁ କମ ଆସୁଥିବାରୁ ଏହା ବୋଝ ଉପରେ ଲଳିତା ବିଡ଼ା ସଦୃଶ୍ୟ ହେବ ବାେଲି କହିଛନ୍ତି ବିଶେଷଜ୍ଞ ।  ଏହାକୁ ସରକାର ତାଙ୍କର ବଜେଟ୍‌ରେ କିଭଳି ଆଜଷ୍ଟ କରିବେ ? ଏବଂ ଯଦି କରିବେ ଏତେ ଟଙ୍କା ଆଣିବେ କେଉଁଠୁ ? ଏସବୁ ପ୍ରଶ୍ନ ଏବେ ସରକାରଙ୍କ ପାଇଁ ହେବ ମୁଖ୍ୟ ଚ୍ୟାଲେଞ୍ଜ ।
Related Posts