ରାଜ୍ୟଗୋଷ୍ଠୀ କ୍ରୀଡ଼ା; ଭାରତ ପାଇଁ ପୁରୁଷ ବକ୍ସିଂରେ ସ୍ୱର୍ଣ୍ଣ ପଦକ ଜିତିଲେ ଅମିତ ଫଙ୍ଗଲ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତ ପକ୍ଷରେ ପଦକ ବର୍ଷା ଜାରି ରହିଛି । ବକ୍ସିଂରେ ଭାରତ କୁ ଆଉ ଏକ ସ୍ୱର୍ଣ୍ଣ ପଦକ ମିଳିଛି । ୪୮ କେଜି ବର୍ଗ ପୁରୁଷ ବକ୍ସିଂରେ ଦେଶପାଇଁ ସ୍ୱର୍ଣ୍ଣ ଜିତିଛନ୍ତି ଅମିତ ଫଙ୍ଗଲ । ଇଂଲଣ୍ଡର କାଇରରନ ମାକଡୋନାଲଙ୍କୁ ୫-୦ରେ ହରାଇଛନ୍ତି ଅମିତ । ଆଜି ବକ୍ସିଂରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ଦେଇଥିଲେ ନୀତି ଗାଙ୍ଗହସ ।ନୀତୁଙ୍କ ପରେ ଦ୍ୱିତୀୟ ସ୍ୱର୍ଣ୍ଣ ଦେଇଛନ୍ତି ଅମିତ । ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତର ପଦକ ସଂଖ୍ୟା ୪୩କୁ ବୃଦ୍ଧି ପାଇଛି । ଭାରତକୁ ଏପର୍ଯ୍ୟନ୍ତ ୧୫ ସ୍ୱର୍ଣ୍ଣ, ୧୧ ରୌପ୍ୟ ଓ ୧୭ ବ୍ରୋଞ୍ଜ ପଦକ ମିଳିଛି ।

Related Posts