ଜଟଣୀ ପୋଲିସକୁ ବଡ଼ ସଫଳତା; ୩ ଲୁଟେରା ଗିରଫ, ୪ ମୋଟର ସାଇକେଲ ଓ ୩ ମୋବାଇଲ ଜବତ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଜଟଣୀ ପୋଲିସକୁ ମିଳିଛି ବଡ଼ ସଫଳତା । ତିନି ଚୋରଙ୍କୁ ବାନ୍ଧିଲା ପୋଲିସ l ଗତକାଲି ସନ୍ଧ୍ୟା ୭.୩୦ ସମୟରେ ଜଟଣୀ ଥାନା ଅନ୍ତର୍ଗତ ଷଣ୍ଢପୁର ଗ୍ରାମର ରାଜେନ୍ଦ୍ର ବେହେରା ମୋଟର ସାଇକେଲ ନେଇ ଜଟଣୀ ବଜ଼ାରକୁ ଆସୁଥିଲେ । ଏହି ସମୟରେ ଶରତ ପାଇକରାୟ ଷ୍ଟାଡ଼ିୟମ ନିକଟରେ ତିନି ଜଣ ଚୋର ଲାଲରଙ୍ଗ ମୋଟରସାଇକେଲରେ ଆସି ତାଙ୍କ ମୋବାଇଲ ଫୋନ ଛଡେଇ ନେଇଯାଇଥିବା ଅଭିଯୋଗ ହୋଇଥିଲା l

ଏହି ମମଲାକୁ ଗୁରୁତ୍ୱର ସହ ନେଇ ଦୁଇ ଦିନ ତଳେ ନୂଆକରି ଦାୟିତ୍ୱ ନେଇଥିବା ଆଇ.ଆଇ.ସି. ସୌମ୍ୟକାନ୍ତ ବଳିୟାରସିଂଙ୍କ ନେତୃତ୍ୱରେ ପୋଲିସ ସାଙ୍ଗେ ସାଙ୍ଗେ ଥାନାରୁ ବାହାରି ବିଭିନ୍ନ ଜାଗାରେ ଚଢ଼ାଉ କରିଥିଲା lଜଟଣୀ ତଳଖେତା ଠାରେ ତିନିଜଣ ଚୋରଙ୍କୁ ବାନ୍ଧିଥିଲା ପୋଲିସ l ତିନି ଚୋରଙ୍କୁ ପଚାରାଉଚର ସମୟରେ ତାଙ୍କଠାରୁ ଚାରି ମୋଟର ସାଇକେଲ ଓ ତିନି ଦାମୀ ମୋବଇଲ ଜବତ କରିଛି ପୋଲିସ l ତିନି ଜଣ ଚୋର ତିରିମାଳର ରଘୁନାଥ ସେଠି, ଜଟଣୀ ମୁଣ୍ଡିଆ ସାହିର ଏସ.କେ. ସୈଫଅଲ୍ଲୀ ହୋଇଥିଲା ବେଳେ ଅନ୍ୟ ଜଣେ ଚୋର ପିପିଲି ଥାନା କଣ୍ଟି ଅଂଚଳର ହୋଇଥିବା ଜଣାପଡ଼ିଛି । ତେବେ ତିନି ଚୋରଙ୍କୁ ଆଜି କୋର୍ଟ ଚାଲାଣ କରିଛି ପୋଲିସ l

Related Posts