ହିନ୍ଦୁମାନଙ୍କୁ ସଂଖ୍ୟାଲଘୁ ମାନ୍ୟତା ଦେବା ପାଇଁ ରାଜ୍ୟମାନଙ୍କର ଅଧିକାର ରହିଛି: କେନ୍ଦ୍ର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ହିନ୍ଦୁମାନଙ୍କୁ ସଂଖ୍ୟାଲଘୁ ମାନ୍ୟତା ଦେବା ପାଇଁ ରାଜ୍ୟମାନଙ୍କର ଅଧିକାର ରହିଛି । ହିନ୍ଦୁଙ୍କୁ ମଧ୍ୟ ମିଳିପାରିବ ଅଳ୍ପସଂଖ୍ୟକ ମାନ୍ୟତା। ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟ ହିନ୍ଦୁମାନଙ୍କୁ ସଂଖ୍ୟାଲଘୁ ମାନ୍ୟତା ଦେଇପାରିବ । ଯେପରି ଖ୍ରୀଷ୍ଟିଆନ, ଶିଖ, ମୁସଲମାନ, ବୌଦ୍ଧ, ପାର୍ସୀ ଏବଂ ଜୈନଙ୍କୁ ଜାତୀୟ ସ୍ତରରେ ସଂଖ୍ୟାଲଘୁ ମାନ୍ୟତା ଦିଆଯାଇଛି, ସେହିପରି ଭାଷାଭାଷୀ କିମ୍ବା ସଂଖ୍ୟା ଆଧାରରେ ହିନ୍ଦୁମାନଙ୍କୁ ସଂଖ୍ୟାଲଘୁ ମାନ୍ୟତା ଦେବା ରାଜ୍ୟମାନଙ୍କ ଅଧିକାରୀ ରହିଛି ବୋଲି କେନ୍ଦ୍ର ସରକାର ସୁପ୍ରିକୋର୍ଟଙ୍କୁ କହିଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ସେପଟେ ଆଇନଜୀବୀ ଅଶ୍ୱନୀ କୁମାରଙ୍କ ଦ୍ୱାରା ଦାଖଲ କରାଯାଇଥିବା ପିଟିସନର ଜବାବରେ କେନ୍ଦ୍ର ସରକାର ଏହି ସୂଚନା ଦେଇଛନ୍ତି।

କେନ୍ଦ୍ର ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଅନେକ ରାଜ୍ୟରେ ହିନ୍ଦୁ ଏବଂ ଅନ୍ୟ ସମ୍ପ୍ରଦାୟର ଲୋକେ ସଂଖ୍ୟାଲଘୁ ଅଛନ୍ତି । ସେମାନଙ୍କୁ ରାଜ୍ୟ ସରକାର ସଂଖ୍ୟାଲଘୁ ମାନ୍ୟତା ଦେଇପାରିବେ। ଏହାଦ୍ୱାରା ସେମାନେ ନିଜର ଶିକ୍ଷାନୁଷ୍ଠାନକୁ ମଧ୍ୟ ପରିଚାଳନା କରିପାରିବେ। ରାଜ୍ୟ ମଧ୍ୟରେ ସଂଖ୍ୟାଲଘୁ ଭାବରେ ସେମାନଙ୍କର ପରିଚୟ ସମ୍ବନ୍ଧୀୟ ବିଷୟଗୁଡିକ ରାଜ୍ୟ ସ୍ତରରେ ବିଚାର କରାଯାଇପାରେ। ସରକାର ମହାରାଷ୍ଟ୍ର ଓ କର୍ଣ୍ଣାଟକକୁ ଉଦାହରଣ ନେଇ କହିଥିଲେ ଯେ, ମହାରାଷ୍ଟ୍ରରେ ୨୦୧୬ରେ ଇହୁଦିଙ୍କ ପାଇଁ ଧାର୍ମିକ ଓ କର୍ଣ୍ଣାଟକରେ ଉର୍ଦ୍ଦୁ, ତେଲୁଗୁ, ତାମିଲ, ମାଲାୟାଲମ, ମରାଠି, ଗୁଜୁରାଟି ଆଦି ଭାଷା ଆଧାରରେ ଅଳ୍ପସଂଖ୍ୟକ ଘୋଷଣା କରାଯାଇଛି । ଅନ୍ୟ ରାଜ୍ୟ ଏପରି କରିପାରନ୍ତି। ଏହି ମାମଲାରେ ଆଜି ପୁଣି ଶୁଣାଣି ହେବ। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts