ଭୁବନେଶ୍ୱର,୬/୧(ସତ୍ୟପାଠ ବ୍ୟୁରୋ): ଆସନ୍ତା ୧୧ ତାରିଖ ମଧ୍ୟରାତ୍ରିରୁ ରାଜ୍ୟ ବ୍ୟାପୀ ଟ୍ରକ୍ ଧର୍ମଘଟ ଡାକରା। ୫ ଦଫା ଦାବି ନେଇ ରାଜ୍ୟ ଟ୍ରକ୍ ମାଲିକ ସଙ୍ଘ ଏହି ବନ୍ଦ ଡାକରା ଦେଇଛି । ଖୁଣ୍ଟୁଣୀ ଟ୍ରକ୍ ମାଲିକ ସଙ୍ଘ କାର୍ଯ୍ଯାଳୟରେ ରାଜ୍ୟ ଟ୍ରକ୍ ମାଲିକ ସଙ୍ଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସଙ୍ଘର କର୍ମକର୍ତ୍ତା ଏହି ସୂଚନା ଦେଇଛନ୍ତି । ୧୫ ବର୍ଷରୁ ଉର୍ଦ୍ଧ୍ବ ଗାଡ଼ି ରାସ୍ତାରୁ ହଟାଇବା ବଦଳରେ ଏହି ସମୟସୀମା ୨୦ ବର୍ଷ କରିବା ପାଇଁ ଦାବି କରିଛି ସଙ୍ଘ।
ଏହା ସହିତ ମୋଟର ଯାନ ଧାରା ୬୭ ଅନୁଯାୟୀ ଭଡ଼ା ଧାର୍ଯ୍ଯ କରାଯାଉ ଓ ନୂଆ ଗାଡ଼ି କିଣିଲେ ୨୫ ପ୍ରତିଶତ ରୋଡ ଟାକ୍ସ ୧୦ବର୍ଷ ପର୍ଯ୍ଯନ୍ତ ରିହାତି ଦେବାକୁ ସଙ୍ଘ ଦାବି କରିଛି । ଏହି ଧର୍ମଘଟକୁ ଅଲ ଇଣ୍ଡିଆ ମୋଟର ଟ୍ରାନ୍ସପୋର୍ଟ କଂଗ୍ରେସ ସମର୍ଥନ ଜଣାଇଥିବା ରାଜ୍ୟ ଟ୍ରକ୍ ମାଲିକ ସଂଘ ସଭାପତି ବିଭୂତି ପ୍ରସାଦ ଦାସ ଏବଂ ସମ୍ପାଦକ ରବି ନାରାୟଣ ଶତପଥୀ କହିଛନ୍ତି ।