ନିର୍ବାଚନ କମିଶନଙ୍କ କଡା ପଦକ୍ଷେପ; ରାଜ୍ୟର ୮ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ବଦଳି ନିର୍ଦ୍ଦେଶ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ରାଜ୍ୟର ୮ ଜିଲ୍ଲାପାଳ, ଏସ୍‌ପି ଓ ଆଇଜିଙ୍କୁ ବଦଳି ନିର୍ଦ୍ଦେଶ । ତୁରନ୍ତ ବଦଳି କରିବାକୁ ନିର୍ଦ୍ଦେଶ ଦେଲେ ନିର୍ବାଚନ କମିଶନ । କଟକ ଜିଲ୍ଲାପାଳ ବିନିତ ଭରଦ୍ୱାଜଙ୍କୁ ବଦଳି ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଜଗତସିଂହପୁର ଜିଲ୍ଲାପାଳ ପାରୁଲ ପଟୱାରୀଙ୍କୁ ମଧ୍ବୟ ଦଳି ନିର୍ଦ୍ଦେଶ ଦେଲେ ନିର୍ବାଚନ କମିଶନ ।

ସେପଟେ ଅନୁଗୁଳ ଏସ୍‌ପି ସୁଧାଂଶୁ ଶେଖର ମିଶ୍ର ଓ ବ୍ରହ୍ମପୁର ଏସ୍‌ପି ଶ୍ରବଣା ବିବେକଙ୍କୁ ବଦଳି ପାଇଁ ନିର୍ଦ୍ଦେଶ ଦିଆଯାଇଛି ।ସେହିପରି ଖୋର୍ଦ୍ଧା ଏସ୍‌ପି ବି. ଯୁଗଳ କିଶୋରଙ୍କୁ ବଦଳି ନିର୍ଦ୍ଦେଶ ଦେଲେ ନିର୍ବାଚନ କମିଶନ । ରାଉରକେଲା ଏସ୍‌ପି ମିତ୍ରଭାନୁ ମହାପାତ୍ରଙ୍କୁ ମଧ୍ୟ ବଦଳି ପାଇଁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ।

ଅନ୍ୟପଟେ ଆଇପିଏସ୍‌ କନୱର ବିଶାଲ ସିଂହଙ୍କୁ ବି ବଦଳି ପାଇଁ ନିର୍ଦ୍ଦେଶ ଦିଆଯାଇଛି । ନିର୍ବାଚନ ସଂପର୍କୀତ କାମ ନଥିବା ସ୍ଥାନକୁ ବଦଳି ପାଇଁ ନିର୍ଦ୍ଦେଶ ଦେଲେ ନିର୍ବାଚନ କମିଶନ । ମୁକ୍ତ, ଅବାଧ ଓ ନିରପେ‍କ୍ଷ ନିର୍ବାଚନ କରାଇବାକୁ ଇଲେକସନ କମିଶନ ଏଭଳି ନିଷ୍ପତ୍ତି ନେଇଛନ୍ତି । ବିଶେଷ କରି ସରକାରୀ କଳର ଅପବ୍ୟବହାର ରୋକିବା ଏହାର ଉଦ୍ଦେଶ୍ୟ ।

ଚଳିତଥର ଓଡ଼ିଶାକୁ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ନିର୍ବାଚନ କମିଶନ । ଅଭିଯୋଗ ପରେ ପ୍ରମାଣିତ ହୋଇଥିବା ଅଫିସରଙ୍କୁ ତୁରନ୍ତ ବଦଳି ପାଇଁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ ।

Related Posts