ବିଜେପି ଛାଡିଲେ ଭୃଗୁ ବକ୍ସିପାତ୍ର, ବିଜେଡିରେ ମିଶିବେ!

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ବିଜେପି ଛାଡ଼ିଲେ ଭୃଗୁ ବକ୍ସିପାତ୍ର | ଆଜି ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଛନ୍ତି | ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିକଟକୁ ନିଜର ଇସ୍ତଫାପତ୍ର ପଠାଇଛନ୍ତି |

ତେବେ ଭୃଗୁ ବର୍ତ୍ତମାନ ରାଜ୍ୟ ବିଜେପିର ଉପସଭାପତି ପଦରେ ଥିଲେ | ସେ ଗତ ୨୦୧୯ରେ ବ୍ରହ୍ମପୁରରୁ ବିଜେପି ଲୋକସଭା ପ୍ରାର୍ଥୀ ହୋଇଥିଲେ | ହେଲେ ଏଥର ଦଳ ତାଙ୍କୁ ଟିକେଟ ନଦେଇ ଗୋପାଳପୁରର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଟିକେଟ ଦେଇଥିଲା | ଆଉ ଆଜି ଶେଷରେ ଭୃଗୁ ଦଳ ଛାଡିଛନ୍ତି | ତେବେ ଖୁବଶୀଘ୍ର ସେ ବିଜେଡିରେ ଯୋଗଦେଇପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି | ବିଜେଡି ବର୍ତ୍ତମାନ ପର୍ଯ୍ୟନ୍ତ ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଘୋଷଣା କରିନଥିବାବେଳେ ଭୃଗୁଙ୍କୁ ସେଠାରୁ ଦଳ ପ୍ରାର୍ଥୀ କରି ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ମୈଦାନକୁ ଓଲ୍ହାଇପାରେ ବୋଲି କୁହାଯାଉଛି |

Related Posts