ଅନଲାଇନ ପରୀକ୍ଷା ଦାବିରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

କେନ୍ଦୁଝର(ସତ୍ୟପାଠ ବ୍ୟୁରୋ): ଅନଲାଇନ ପରୀକ୍ଷା ଦାବିରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ । କେନ୍ଦୁଝର ଧରଣୀଧର ସ୍ୱଂୟଶାସିତ ମହାବିଦ୍ୟାଳୟରେ ଅନଲାଇନ ପରୀକ୍ଷା ଦାବିରେ ଛାତ୍ରଛାତ୍ରୀମାନେ କଲେଜର ମୁଖ୍ୟ ଫାଟକ ଆଗରେ ଧାରଣା ଦେଇଛନ୍ତି । ସେପଟେ ଯୁକ୍ତ ତିନି ଶେଷ ବର୍ଷର ପଞ୍ଚମ ସେମିଷ୍ଟର ଛାତ୍ରଛାତ୍ରୀଙ୍କ ପରୀକ୍ଷା ଆସନ୍ତା ୨୬ରୁ ଅଫଲାଇନରେ ହେବାକୁ ଯାଉଛି । ତେଣୁ ପାଠ ପଢ଼ା ଅନଲାଇନରେ ହୋଇଥିବାରୁ ପରୀକ୍ଷା ଅନଲାଇନରେ କରିବା ପାଇଁ ଛାତ୍ରଛାତ୍ରୀ ଦାବି କରିଛନ୍ତି ।

ଅନ୍ୟପଟେ ପାଠ୍ୟକ୍ରମ ଶେଷ ହୋଇ ନଥିବା ଏବଂ ତରବରିଆ ଭାବରେ ଅନଲାଇନରେ ପାଠ ପଢ଼ା ହୋଇଥିବାରୁ ଛାତ୍ରଛାତ୍ରୀ ଠିକ ଭାବରେ ପାଠ ପଢ଼ି ପାରିନାହାନ୍ତି ବୋଲି ଛାତ୍ରମାନେ କହିଛନ୍ତି । କଲେଜ ଅଧ୍ୟକ୍ଷ ନରେନ୍ଦ୍ର ସାହୁ ପିଲାଙ୍କ ପାଖକୁ ଆସି ବୁଝାସୁଝା କରି ସରକାରଙ୍କ ନିଷ୍ପତ୍ତି ଅଫଲାଇନରେ ହେବ ବୋଲି ଚିଠି ଦେଖାଇଥିଲେ । ଲିଖିତଭାବେ ଛାତ୍ରଛାତ୍ରୀ ତାଙ୍କ ସମସ୍ୟା ଜଣାଇଲେ ଅଫଲାଇନରେ ହେବାକୁ ଥିବା ପରୀକ୍ଷାରେ ଦୁଇଟି ବିଷୟ ମଧ୍ୟରେ ବ୍ୟବଧାନ ଦୁଇ ତିନି ଦିନ ରଖିବା ନେଇ ବିଚାର କରାଯିବ ବୋଲି ଅଧ୍ୟକ୍ଷ କହିଛନ୍ତି ।

Related Posts