ସାହାଯ୍ୟ ନାଁରେ ଠକୁଥିଲେ ବନ୍ଧାହେଲେ

ସୁବର୍ଣ୍ଣପୁର: ବନ୍ଧା ହେଲେ ଚୋର । ସାହାଯ୍ୟ କରିବା ବାହାନାରେ ଏଟିଏମରୁ ଚୋରୀ କରୁଥିବା ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି ସୁବର୍ଣ୍ଣପୁର ପୋଲିସ୍। ଗିରଫ ଅଭିଯୁକ୍ତ ଜିଲ୍ଲାର ବୀରମହାରାଜପୁର ବ୍ଲକ ସଦେଇପୁର ଗାଁର ୪୪ବର୍ଷିୟ ସୂର୍ୟ୍ୟନାରାୟଣ ବିଶ୍ୱାଳ।

ଗତ କିଛି ଦିନତଳେ ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ଓ ଉଲୁଣ୍ଡାରୁ ଦୁଇ ଦୁଇଟି ଏଟିଏମ ଚୋରୀ ଘଟଣା ପୋଲିସଙ୍କ ପାଖରେ ଅଭିଯୋଗ ହୋଇଥିଲା। ଏହି ଦୁଇ ଏଟିଏମରୁ ଚୋର ନୀରିହ ଲୋକଙ୍କୁ ସହଯୋଗ କରିବା ବାହାନାରେ ତାଙ୍କ ଏଟିଏମକୁ ଚତୁରତାର ସହିତ ବଦଳାଇ ପାଖାପାଖି ୪୫ହଜାର ଟଙ୍କା ଚୋରୀ କରିଥିଲା। ଲୋକଙ୍କ ଆକାଉଣ୍ଟରୁ ଟଙ୍କା ଚାଲିଯିବା ପରେ ଏମାନେ ଉଲୁଣ୍ଡା ଓ ସୋନପୁର ଥାନାରେ ଅଭିଯୋଗ କରିଥିଲେ।

ଘଟଣାର ତଦନ୍ତ କରି ପୋଲିସ ଏହି ଘଟଣାରେ ସମ୍ପୃକ୍ତ ବ୍ୟକ୍ତିକୁ ଧରିବା ସହିତ ୩୭ହଜାର ଟଙ୍କା ଓ ତିନୋଟି ଏଟିଏମ ଜବତ କରିଛି। ଏନେଇ ଆଜି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ସମ୍ମିଳନୀ କକ୍ଷରେ ଏକ ସାମ୍ବାଦିକ ସମ୍ମିଳନୀ କରି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୀତାରାମ ଶତପଥୀ ସୂଚନା ଦେଇଛନ୍ତି।

Related Posts