ଦଶହରାରେ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ

ପୁରୀ: ଆସିଲା ନୂଆ ଏସଓପି । କରୋନା କଟକଣାକୁ ଦୃଷ୍ଟିରେ ରଖି ଆଜି ଛତିଶା ନିଯୋଗ ବୈଠକରେ ନିଆ ଯାଇଛି ନୂଆ ନିଷ୍ପତ୍ତି । କାର୍ତ୍ତିକ ମାସ ଲାଗି ନୂଆ ଏସଓପି ଆସିଥିବା ବେଳେ କରୋନା କଟକରଶକୁ ଦୃଷ୍ଟିରେ ରଖି ଦଶହରାରେ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନକୁ ବନ୍ଦ ରଖାଯାଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଷନ କୁମାର ଏନେଇ ସୂଚନା ଦେଇ କହିଛନ୍ତି, କୋଭିଡ ସମୟରେ ହବିଷ୍ୟାଳୀ ନ ଆସିବାକୁ ଅନୁରୋଧ କରାଯାଇଛି । ୧୫ ତାରିଖ ଦଶହରା ଦିନ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ୧୮ ତାରିଖ କୁମାର ପୂର୍ଣ୍ଣିମା ଦିନ ସର୍ବସାଧାରଣ ଦର୍ଶନ ଅନୁମତି ନାହିଁ । ନଭେମ୍ବରରେ ରବିବାର ବ୍ୟତୀତ ଆଉ ୩ ଦିନ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଦୀପାବଳି, ଏକାଦଶୀ ଓ କାର୍ତ୍ତିକ ପୂର୍ଣ୍ଣମୀ ଦିନ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଶ୍ରୀମନ୍ଦିର ଭିତରକୁ ଯାଉଥିବା ସେବାୟତ ପାରମ୍ପରିକ ପୋଷାକ ପିନ୍ଧିବେ । ଭିତରକାଠ ଓ ଗର୍ଭଗହକୁ ଯାଉଥିବା ସେବାୟତ ପାରମ୍ପରିକ ପୋଷାକ ପିନ୍ଧିବେ । ଶ୍ରୀମନ୍ଦିର କର୍ମଚାରୀ କେହି ମଧ୍ୟ ଗଲେ ପାରମ୍ପରିକ ପୋଷାକ ପିନ୍ଧିବେ ।

Related Posts