ଖୁଣ୍ଟା : ରାଜ୍ୟରେ ଏବେ ଦିନକୁ ଦିନ ବନ୍ୟପ୍ରାଣୀ ଶିକାର ବୃଦ୍ଧି ପାଇବାରେ ଲାଗିଛି । ବେଧଡକ ଶିକାରୀ ମାନେ ଶିକାର କରୁଥିବା ବେଳେ, ଯାହା ବନ୍ୟପ୍ରାଣୀ ବିଭାଗ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ମୟୂରଭଞ୍ଜ ଜିଲା ଡୁକୁରା ବନ୍ୟପ୍ରାଣୀ ବିଭାଗ ପାଟ୍ରୋଲିଂ କରିବା ସମୟରେ ସଫଳତା ମିଳିଛି। ଶିମିଳିପାଳ ଅଭ୍ୟୟାରଣ୍ୟ ମଧ୍ୟରୁ ୨ ଦେଶୀ ବନ୍ଧୁକ ଜବତ କରିଛି।

ଅଭୟାରଣ୍ୟର କମ୍ପାର୍ଟମେଣ୍ଟ ଇଡି-୪ର ଚୁନଭାଟି- ଖଲାଡି ଅଞ୍ଚଳରେ ଥିବା ପାଦଚଲା ରାସ୍ତାରେ ଶିକାରୀମାନେ ବନ୍ୟଜନ୍ତୁ ଶିକାର ଉଦ୍ଦେଶ୍ୟରେ ପୂର୍ବରୁ ବନ୍ଧୁକ ଦୁଇଟି ଲୁଚାଇ ରଖିଥିଲେ। ଫୁଲବାଡ଼ିଆ ସେକ୍ସନର ଫରେଷ୍ଟର ଆରତୀ ମାରାଣ୍ଡିଙ୍କ ନେତୃତ୍ୱରେ ଏଟିପିଏଫ୍‌ ଫରେଷ୍ଟ ଗାର୍ଡ଼ ସୁଶାନ୍ତ କୁମାର ବେହେରା ପାଟ୍ରୋଲିଂ କରୁଥିବା ବେଳେ ଏହି ବନ୍ଧୁକ ୨ଟିକୁ ଜବତ କରିଥିଲେ। ଏହି ଘଟଣାରେ କାହାରିକୁ ଗିରଫ କରାଯାଇନାହିଁ। ବନ ବିଭାଗ ତଦନ୍ତ ଜାରି ରଖିଛି।