ଓଡ଼ିଶା ପୁଲିସର ସଫଳତା: ଘରକୁ ଫେରିଲେ ଦୀର୍ଘ ଦିନ ଧରି ନିଖୋଜ ଥିବା ୨୨୩୧ ଜଣ ବ୍ୟକ୍ତି

ଭୁବନେଶ୍ବର: ଓଡ଼ିଶା ପୋଲିସକୁ ମିଳିଲା ସଫଳତା । ଦୀର୍ଘ ଦଶ ଦିନ ମଧ୍ୟରେ ଓଡ଼ିଶା ପୋଲିସ କୁ ଏହି ସଫଳତା ମିଳିଛି । ଦୀର୍ଘ ଦିନ ଧରି ନିଖୋଜ ଥିବା ୨୨୩୧ ଜଣ ବ୍ୟକ୍ତି ନିଜ ଘରକୁ ଫେରାଇ ଆଣିପାରିଛନ୍ତି । ଏଥିରେ ୧୫୩୬ ଜଣ ମହିଳା, ୩୯୦ ଜଣ ପୁରୁଷ, ୨୭୨ ନାବାଳକ ଓ ୩୩ ଜଣ ନାବାଳିକା ଥିବା ଜଣାଯାଇଛି।

ଓଡ଼ିଶା ପୁଲିସର ଦଶ ଦିନର ସଫଳ ଡ୍ରାଇଭ୍ ପରେ ସେମାନଙ୍କୁ ପରିବାର ପାଖକୁ ଫେରାଇ ଅଣାଯାଇଛି। ନିଖୋଜ ବ୍ୟକ୍ତିମାନଙ୍କୁ ଚିହ୍ନିବା ପାଇଁ ଓଡ଼ିଶା ପୁଲିସ ପକ୍ଷରୁ ସ୍ବତନ୍ତ୍ର ଅଭିଯାନ ସେପ୍ଟେମ୍ବର ୧ରୁ ୧୦ ତାରିଖ ପର୍ଯ୍ୟନ୍ତ ଚାଲିଥିଲା । ଯାହା ଶେଷରେ ସଫଳତା ହାସଲ କରିଛି ।

Related Posts