ଖଲ୍ଲିକୋଟ : ଛତ୍ରପୁର ଉପକଣ୍ଠ ପାଲୁର ରୋଡ଼ ସ୍ଥିତ ଜାତୀୟ ରାଜପଥ ଉପରେ ଅଚାନକ ଚଢ଼ଉ କରିଛି ଅବକାରୀ ବିଭାଗ ।ତେବେ ଏହି ଚଢ଼ାଉ ସମୟରେ ୯୦୦ଲିଟର ବେଆଇନ ଦେଶୀ ମଦ ଜବତ ସହ ଗାଡିକୁ ଜବତ କରିଛି ଅବକାରୀ ବିଭାଗ ।
ଗଞ୍ଜାମ ଅବକାରୀ ଅଧିକ୍ଷକଙ୍କ ନିର୍ଦେଶ କ୍ରମେ ଭୋର ୪ଟାରେ ବିଶେଷ ସୂତ୍ରରୁ ଖବର ପାଇ ଛତ୍ରପୁର ସଦର ରେଞ୍ଜ ପକ୍ଷରୁ ଚଢାଉ କରାଯାଇଥିଲା । କାରରେ ଦେଶୀ ମଦ (ପାଉଚ )ଚାଲାଣ ଗାଡିକୁ ପାଲୁର ରୋଡ଼ ସ୍ଥିତ ଜାତୀୟ ରାଜପଥରେ ଚଢ଼ଉ କରି କାବୁ କରିଥିଲା ଟିମ୍ ।
ଏହି କାରରେ ଥିବା ୧୮ବସ୍ତାରେ ୯ହଜାର ମଦ ପାଉଚ ଯାହା ପାଖାପାଖି ୯୦୦ଲିଟର ଦେଶୀ ମଦକୁ ଜବତ କରିବା ସହ କାର ଚାଳକଙ୍କୁ ଗିରଫ କରିଥିଲା । ଗିରଫ କାର ଚାଳକ ତଥା ମୁଖ୍ୟ ଅଭିଯୁକ୍ତ ଜଣକ ରମ୍ଭା ଥାନା ଅନ୍ତର୍ଗତ ବାଲିବଗଡ଼ ଅଂଚଳର ପ୍ରତାପ ବିଶ୍ୱାଳ । ସେ କାର୍ ଯୋଗେ ଦେଶୀ ମଦ ନେଉଥିଲା ଆଖପାଖ ଅଂଚଳରେ ହୋଲସେଲରେ ବ୍ରିକ୍ରି କରିବା ନିମନ୍ତେ ।
