କମେଣ୍ଟ ମରାକୁ ନେଇ ଇମ୍ପୋଭିଲି ଥାନା ମଦନପୁର କଲେଜ ଛକରେ ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ: ଦୁଇଫାଳ ହୋଇଗଲା କାନ

ଜଟଣୀ : କମେଣ୍ଟ ମରାକୁ କେନ୍ଦ୍ର କରି ମାରଣତକ ଆକ୍ରମଣ । ଏନେଇ ଜଣେ ଯୁବକଙ୍କ ଉପରେ ଖଣ୍ଡାରେ ଆକ୍ରମଣ ହୋଇଛି । ଇମ୍ପୋଭିଲି ଥାନା ମଦନପୁର କଲେଜ ଛକଠାରେ ଠିଆ ହୋଇଥିବା ରିପନ ବଳିୟାରସିଂଙ୍କୁ ହଠାତ୍‌ ଏକ ବାଇକରେ ଜ୍ଞାନ ରଜନ ମାନସିଂ ଓରଫ ପିତୁଳ ଆସି ଆଶ୍ଳୀଳ ଭାଷାର ଗାଳିଗୁଲଜ କରିବା ସହ ଧକ୍କା ମାରିଥିବା ଅଭିଯୋଗ ହୋଇଛି । ପିପୁନ ଘଟଣା ସ୍ଥଳରେ ପଡ଼ିଯାଇ ଥିବା ବେଳେ ପିତୁଳ ସାଙ୍ଗରେ ଆଣିଥିବା ଏକ ଖଣ୍ଡାରେ ରିପନ ବେକରେ ଚୋଟ ମାରିବାକୁ ଯାଉଥିବା ବେଳେ ରିପନ ନିଜ ମୁଣ୍ଡକୁ ବୁଲେଇ ଦେବାରୁ, ଖଣ୍ଡା ରିପନର କାନମୁଣ୍ଡରେ ବାଜିଥିଲା ।

ଫଳରେ କାନ ଦୁଇଫାଳ ହେଇଯାଇଥିଲା । ଆକ୍ରମଣରୁ ଅଳ୍ପକେ ବର୍ତ୍ତୀଯାଇଥିଲେ ରିପନ l ଘଟଣା ସ୍ଥଳରେ ଆଖପାଖ ଲୋକ ପହଂଚି ଯିବାରୁ ପିତୁଳ ଖଣ୍ଡା ଓ ବାଇକ ନେଇ ଚମ୍ପଟ ମାରିଥିଲା l ଏନେଇ ଥାନାରେ ମାମଲା ରୁଜୁ ହୋଇଥିଲା । ଜ୍ଞାନରଜନ ମାନସିଂ ଓରଫ ପିତୁଳକୁ ଗିରଫ କରିଵା ସହ ଆକ୍ରମଣରେ ବ୍ୟବହାର କରିଥିବା ଖଣ୍ଡା ମଧ୍ୟ ପୋଲିସ ଜବତ କରିଛି l ଏ ନେଇ ଥାନାରେ IPC 341,324,326,307,ଓ 506 ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରଛି ପୋଲିସ l ପିତୁଳ ଆଗରୁ ମଧ୍ୟ ଗାଁରେ ବିଭିନ୍ନ ଝିଅ ମାନଙ୍କୁ କମେଣ୍ଟ ମରାଥିବା ଥାନାରେ ଅଭିଯୋଗ ହୋଇଥିବା ଜଣାପଡ଼ିଛିି ।

Related Posts