ନୂଆ ପୁଲିସ କମିଶନରଙ୍କ ଦାୟିତ୍ୱ ଗ୍ରହଣ

ସତ୍ୟପାଠ ବ୍ୟୁରୋ : ଦାୟିତ୍ୱ ଗ୍ରହଣ କଲେ ନୂଆ ପୁଲିସ କମିଶନର । ସତ୍ୟଜିତ ମହାନ୍ତିଙ୍କ ସ୍ଥାନରେ ଦାୟିତ୍ୱ ନେଲେ ସୁଧାଂଶୁ ଷଢ଼ଙ୍ଗୀ । ୧୯୯୦ କ୍ୟାଡର ଆଇପିଏସ ହେଉଛନ୍ତି ସୁଧାଂଶୁ । ପୂର୍ବତନ ପୁଲିସ କମିଶନର ସତ୍ୟଜିତ ମହାନ୍ତିଙ୍କୁ ଜେଲ ଏଡିଜି ଭାବେ ଦାୟିତ୍ୱ ଦିଆଯାଇଛି ।

ତେବେ ଟ୍ବିନ୍ ସିଟିର ଆଇନ୍ ଶୃଙ୍ଖଳା ସ୍ଥିତିକୁ ଦେଖିଲେ ନୂଆ ପୁଲିସ କମିଶନରଙ୍କ ପାଇଁ ଚାଲେଂଜ୍ କିଛି କମ୍ ନାହିଁ । ଗଲା କିଛି ଦିନ ଧରି ଟ୍ବିନ୍ ସିଟିରେ ବଢ଼ୁଥିବା ଲୁଟ୍ତରାଜ୍ ଉପରେ ପୁଲିସ କିଛିଟା ନିୟନ୍ତ୍ରଣ ଆଣିବାକୁ ସକ୍ଷମ ହୋଇଥିଲେ ମଧ୍ୟ ଏବେ ବି ସକ୍ରିୟ ଅଛନ୍ତି ଲୁଟେରା । ବାରମ୍ବାର ଧରପଗଡ଼ ସତ୍ବେ ବିଭିନ୍ନ ଅଂଚଳରୁ ଲୁଟେରାଙ୍କ ଦୌରାତ୍ମ୍ୟର ଖବର ସାମ୍ନାକୁ ଆସିବାରେ ଲାଗିଛି । ଏମିତିରେ ଦିନକୁ ଦିନ ବଢ଼ୁଥିବା ଅପରାଧ ଉପରେ ରୋକ୍ । ବେଆଇନ୍ ବନ୍ଧୁକ କାରବାର ଉପରେ ଲଗାମ୍ । ଅବାଧରେ ଚାଲିଥିବା ସେକ୍ସ ରାକେଟ୍ଗୁଡ଼ିକର ପର୍ଦ୍ଦାଫାସ । ଲୋକଙ୍କୁ ଲୁଟେରାଙ୍କ କବଳରୁ ସୁରକ୍ଷା ଦେବା ନୂଆ ପୁଲିସ କମିଶନରଙ୍କ ପାଇଁ ମୁଖ୍ୟ ଚାଲେଂଜ୍ ହେବ ।

Related Posts