ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଜଣାଶୁଣା ଟେଲିଭିଜନ ଅଭିନେତ୍ରୀ ବୈଶାଳୀ ଟକ୍କର ଆତ୍ମହତ୍ୟା ଘଟଣାରେ ତାଙ୍କର ପୂର୍ବତନ ପ୍ରେମିକ ତଥା ପଡୋଶୀଙ୍କୁ ଗିରଫ କରିଛି ପୁଲିସ। ତାଙ୍କୁ ଆତ୍ମହତ୍ୟା କରିବାକୁ ଉସ୍କାଇଥିବା ଅଭିଯୋଗରେ ପୁଲିସ ରାହୁଲ ନବଲାନୀ ଓ ତାଙ୍କ ପତ୍ନୀ ଦିଶାଙ୍କୁ ଗତକାଲି ଇନ୍ଦୋରରୁ ଗିରଫ କରିଛି।
ସୂଚନା ଅନୁସାରେ, ଗତ ଅକ୍ଟୋବର ୧୫ ତାରିଖରେ ଅଭିନେତ୍ରୀ ବୈଶାଳୀ ଟକ୍କର ଆତ୍ମହତ୍ୟା କରିଥିଲେ। ନିଜ ଆତ୍ମହତ୍ୟା ପାଇ ପୂର୍ବତନ ପ୍ରେମିକ ରାହୁଲ ତାଙ୍କୁ ବାରମ୍ବାର ବ୍ଲାକ୍ ମେଲ୍ କରୁଥିବା ସେ ନିଜ ସୁଇସାଇଡ ନୋଟରେ ଲେଖିଥିଲେ। ଏହି ମାମଲରେ ପୁଲିସ ବୈଶାଲୀଙ୍କ ପଡ଼ୋଶୀ ତଥା ପ୍ରେମିକ ରାହୁଲ ଓ ତାଙ୍କ ପତ୍ନୀଙ୍କୁ ଗିରଫ କରିବାକୁ ଖୋଜୁଥିଲା।
ରାହୁଲଙ୍କ ଓ ତାଙ୍କ ପତ୍ନୀ ଦିଶାଙ୍କ ବିରୋଧରେ ଆତ୍ମହତ୍ୟା ପାଇଁ ଉସ୍କାଇବା ଧାରାରେ ମାମଲା ରୁଜୁ ହୋଇଛି। ରାହୁଲଙ୍କୁ ଗିରଫ କରାଯାଇଥିବା ନେଇ ଇନ୍ଦୋର ପୁଲିସ କମିଶନର ହରିନାରାୟଣାଚାରି ମିଶ୍ର ସୂଚନା ଦେଇଛନ୍ତି। ମାମଲା ରୁଜୁ ପରେ ଫେରାର୍ ଥିବା ରାହୁଲ ଓ ତାଙ୍କ ପତ୍ନୀଙ୍କୁ ଗରିଫ କରିବା ପାଇଁ ପୂର୍ବରୁ ପୁଲିସ ଲୁକ୍ଆଉଟ୍ ସର୍କୁଲାର ଜାରି କରିଥିଲା ।
ରାହୁଲ ବୈଶାଳୀଙ୍କୁ ବାରମ୍ବାର ବ୍ଲାକମେଲିଂ କରୁଥିଲେ। ଫଳରେ ବୈଶାଳୀ ବାରମ୍ବାର ବଦନାମ ହେଉଥିଲେ ଓ ବାହା ହେଇପାରୁ ନଥିଲେ ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି। ସବୁବେଳେ ବ୍ଲାକ୍ମେଲ୍ ହେବା କାରଣକୁ ବୈଶାଳୀ ଡିପ୍ରେସନରେ ଆସି ଆତ୍ମହତ୍ୟା କରିଥିବା ପରିବାର ଲୋକେ ଥାନାରେ ମାମଲା ରୁଜୁ କରିଥିଲେ।
