ସୁମିତ ଓ ତପସ୍ୱିନୀ ମାମଲା; ସବିଶେଷ ତଥ୍ୟ ପ୍ରଦାନ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଥମିବାରେ ନାଁ ନେଉନି ସୁମିତ ଓ ତପସ୍ୱିନୀଙ୍କ ମାମଲା । ଏହା ମଧ୍ୟରେ ଘଟଣାରେ ସମ୍ପର୍କିତ ସବିଶେଷ ତଥ୍ୟ ପ୍ରଦାନ କରିବାକୁ ହାଇକୋର୍ଟ ନିଦେ୍ର୍ଦଶ ଦେଇଛନ୍ତି । ଏନେଇ ବ୍ରହ୍ମପୁର ଏସ୍ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ସେପଟେ ସୁମିତ ଜଣେ ଅସହାୟ ସ୍ୱାମୀ ଓ ତାଙ୍କ ପିତା ସିନିୟର ସିଟିଜେନ ଦର୍ଶାଇଛନ୍ତି ସୁମିତଙ୍କ ଆଇନଜୀବୀ । ଏଭଳି ସ୍ଥଳେ ତାଙ୍କ ଘରକୁ ଏକାଧିକ ପ୍ରବେଶ ବେଆଇନ ବୋଲି କହିଛନ୍ତି ସୁମିତଙ୍କ ଓକିଲ । ପ୍ରତିପକ୍ଷ ତପସ୍ବିନୀଙ୍କୁ ମଧ୍ୟ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି । ତେବେ ଏହି ମାମଲାରୁ ଶୁଣାଣି କରି ହାଇକୋର୍ଟ ସବିଶେଷ ତଥ୍ୟ ମାଗିଛନ୍ତି ।

ବ୍ରହ୍ମପୁର ଏସ୍ପିଙ୍କୁ ଘଟଣା ସଂପର୍କରେ ସମସ୍ତ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାପରେ ମାମଲାର ପରବର୍ତ୍ତୀ ଶୁଣାଣୀ ଆସନ୍ତା ଫେବ୍ରୁଆରୀ ୮କୁ ଧାର୍ୟ୍ୟ କରାଯାଇଛି । ଅନ୍ୟପଟେ ସୁମିତ ଓ ତପସ୍ୱିନୀଙ୍କ ମଧ୍ୟରେ ହୋଇଥିବା ପାରିବାରିକ ମାମଲା ଏବେ ବି ବିଚାରାଧୀନ ରହିଛି । ତପସ୍ୱିନୀ ତାଙ୍କ ଶାଶୁ ଘରେ ରହିବା ପାଇଁ ଦୀର୍ଘ ଦିନ ଧରି ଶାଶୁ ଘର ଆଗରେ ଧାରଣା ଦେଇଥିଲେ । ଏହା ପରେ ଏକ ରାୟରେ ତାଙ୍କୁ ତାଙ୍କ ଶାଶୁ ଘରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

Related Posts