ନୀରଜ ଚୋପ୍ରାଙ୍କୁ ମିଳିବ ପରମ ବିଶିଷ୍ଟ ସେବା ପଦକ

ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ୭୩ ତମ ଗଣତନ୍ତ୍ର ଦିବସରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ୩୮୪ ଜଣଙ୍କୁ ବୀରତା ପୁରସ୍କାର ପ୍ରଦାନ କରିବେ । ଏଥିମଧ୍ୟରୁ ୧୨ ଜଣଙ୍କୁ ଶୋର୍ଯ୍ୟ ଚକ୍ର ଏବଂ ୨୯ ଜଣଙ୍କୁ ପରମ ବିଶିଷ୍ଟ ସେବା ପଦକ ଦେବାକୁ ଘୋଷଣା କରାଯାଇଛି । ତେବେ ଗତବର୍ଷ ଅଲମ୍ପିକ ଗେମ୍ସରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିବା ନୀରଜ ଚୋପ୍ରାଙ୍କୁ ମଧ୍ୟ ପରମ ବିଶିଷ୍ଟ ସେବା ପଦକ ଦିଆଯିବ । ଜାଭଲିନରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଥିଲେ ନୀରଜ ।

ସାଧାରଣତନ୍ତ୍ର ଦିବସ ଅବସରରେ ଏହି ସମ୍ମାନଜନକ ପୁରସ୍କାର ପାଇବେ ନୀରଜ । ଆର୍ମିରେ ସୁବେଦାର ଅଛନ୍ତି ନୀରଜ ଚୋପ୍ରା ।ସେପଟେ ୪ ଟି ଉତ୍ତମ ଯୁଦ୍ଧ ସେବା ମଡେଲ, ୫୩ଟି ଅତି ବିଶିଷ୍ଟ ସେବା ପଦକ, ୧୩ଟି ସୁଦ୍ଧ ସେବା ପଦକ ମିଳିବ । ଏହା ସହ ୧୨୨ଟି ବିଶିଷ୍ଟ ସେବା ପଦକ, ୮୧ ସେନା ପଦକ, ୨ଟି ବାୟୁ ସେନା ପଦକ, ୪୦ଟି ସେନା ପଦକ, ୮ଟି ନୈାସନା ପଦକ ଓ ୧୪ଟି ବାୟୁସେନା ପଦକ ଆଦି ସାମିଲ ରହିଛି ।

Related Posts