କ’ଣ ହେବ ସୁନ୍ଦରୀର ଭାଗ୍ୟ ?

କେଉଁଠି ରହିବ ସୁନ୍ଦରୀ ? ସାତକୋଶିଆ ଅଭୟାରଣ୍ୟରେ ଆତଙ୍କ ଖେଳାଇଥିବା ବାଘୁଣୀ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍‌ କରାଯିବା ପରେ ଏବେ ତାକୁ ରାଇଗୁଡ଼ା ଏନକ୍ଲୋଜରରେ ରଖାଯାଇଛି । ବାଘୁଣୀ ସୁନ୍ଦରୀର ଭାଗ୍ୟ କଣ ହେବ, ତାହା ସ୍ଥିର ହୋଇପାରୁନାହିଁ । ନନ୍ଦନକାନନକୁ ଆସିବ କି ନାହିଁ, ତାହା ନିଷ୍ପତ୍ତି ହୋଇନାହିଁ ।

କ’ଣ ହେବ ସୁନ୍ଦରୀର ଭାଗ୍ୟ ଭବିଷ୍ୟତ, ଏହାକୁ ନେଇ ଲାଗି ରହିଛି କଳ୍ପନା ଜଳ୍ପନା । ପ୍ରଧାନ ମୁଖ୍ୟ ବନ ସଂରକ୍ଷକଙ୍କ ପରେ ଉପ ବନ ସଂରକ୍ଷକ ମଧ୍ୟ ସେଇ କଥା ଦୋହରାଇଛନ୍ତି । ସୁନ୍ଦରୀର ପରବର୍ତ୍ତୀ ବାସସ୍ଥଳୀ ସଂପର୍କରେ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଓ ଭାରତୀୟ ବନ୍ୟପ୍ରାଣୀ ସଂସ୍ଥାନ ନିଷ୍ପତ୍ତି ନେବେ । ଏ ଦୁଇ ସଂସ୍ଥାର ପ୍ରତିନିଧି ଖୁବ୍ ଶୀଘ୍ର ଓଡ଼ିଶା ଆସିବେ । ସେମାନଙ୍କ ସହ ବୈଠକ ପରେ ସୁନ୍ଦରୀର ଭାଗ୍ୟ ନିର୍ଦ୍ଧାରଣ ହେବ ବୋଲି ଉପ ବନ ସଂରକ୍ଷକ କହିଛନ୍ତି ।

Related Posts