କୋର୍ଟ ଅଚଳ, ଲୋକେ ହନ୍ତସନ୍ତ, ସରୁନାହିଁ ଆନ୍ଦୋଳନ

ପୋଲିସ-ଓକିଲ ବିବାଦର ସମାଧାନ ହେଉନାହିଁ । ଜାରି ରହିଛି ଓକିଲ ଆନ୍ଦୋଳନ । ସୋମବାର ଯାଏଁ ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି ନେଇଛି ହାଇକୋର୍ଟ ବାର୍ ଆସୋସିଏସନ । ୧୨ ତାରିଖରେ ସାଧାରଣ ପରିଷଦ ବୈଠକରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର କରାଯିବ ବୋଲି କହିଛନ୍ତି ଆସୋସିଏସନ ସଭାପତି ଶ୍ରୀକାନ୍ତ ନାୟକ ।
ଏ ସଂପର୍କରେ ଶୁକ୍ରବାର ଆସୋସିଏସନର ବୈଠକ ବସିଥିଲା । ସଭାପତି କହିଛନ୍ତି, ଆଇନଜୀବୀଙ୍କ ସହ ଆଲୋଚନା ପାଇଁ ପୋଲିସ DGଙ୍କ ପକ୍ଷରୁ ପ୍ରସ୍ତାବ ଆସିଛି । ତେବେ ଏହା ଉପରେ ସାଧାରଣ ପରିଷଦ ବୈଠକରେ ହିଁ ନିଷ୍ପତ୍ତି ନିଆଯିବ । ସେପଟେ ସୋମବାର ମୂଳ ମାମଲାର ଶୁଣାଣି ହାଇକୋର୍ଟରେ ହେବ । ମାମଲାର ତଦନ୍ତ ଶୁକ୍ରବାର ସୁଦ୍ଧା ସାରିବାକୁ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ଅନ୍ୟପଟେ ଓକିଲଙ୍କୁ ପୋଲିସର ମାଡ ମରା ଘଟଣାର ତଦନ୍ତ ଦାୟିତ୍ବ ନେଇଥିବା କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରା ଶୁକ୍ରବାର ହାଇକୋର୍ଟରେ ଉପସ୍ଥିତ ହୋଇଥିଲେ । ମାମଲାର ଶୁଣାଣି ସୋମବାର ଯାଏଁ ଘୁଞ୍ଚାଇ ଦିଆଯାଇଥିବାରୁ ହାଇକୋର୍ଟ ବାର୍ ଆସୋସିଏସନ ମଧ୍ୟ ଆନ୍ଦୋଳନ ସୋମବାର ଯାଏଁ ଜାରି ରଖିବାକୁ ନିଷ୍ପତ୍ତି ନେଇଛି ।

Related Posts