ଅଶ୍ୱିନଙ୍କୁ ନେଇ ବଡ ଭବିଷ୍ୟବାଣୀ କଲେ ସୁନିଲ ଗାଭାସ୍କର: ଅନିଲ କୁମ୍ବଲେଙ୍କ ରେକର୍ଡ ଭାଙ୍ଗିବେ ଅଶ୍ୱିନ

ଭାରତୀୟ ସ୍ପିନର ଆର ଅଶ୍ୱିନଙ୍କୁ ନେଇ ବଡ ଭବିଷ୍ୟବାଣୀ କରିଛନ୍ତି ସୁନିଲ ଗାଭାସ୍କର । ୩୫ ବର୍ଷୀୟ ଅଶ୍ୱିନଙ୍କ ଆଗରେ ଅନିଲ କୁମ୍ବଲେ ଥିବା ବେଳେ, ଯଦି ସେ ଏହିପରି ଭାବରେ ଭଲ ଖେଳ ପଦର୍ଶନ କରିଚାଳିବେ ତେବେ ସେ ଆଗକୁ ଅନିଲ କୁମ୍ବଲେଙ୍କ ରେକର୍ଡ ଭାଙ୍ଗିପାରିବେ | ଅଶ୍ୱିନଙ୍କୁ ଆହୁରି ଅଧିକ ବାଟ ଯିବାକୁ ପଡିବ । ଅଧିକ ପରିଶ୍ରମ କରିବାକୁ ପଡିବ |

ଶ୍ରୀଲଙ୍କା ବିରକ୍ଷ ସିରିଜରେ ଅଶ୍ୱିନ ୧୨ ଓ୍ୱିକେଟ୍ ନେଇଥିଲେ । ଏହାସହ ସେ ମୋଟ ୪୪୨ ଓ୍ୱିକେଟ୍ ହାସଲ କରି ୪ ଖେଳାଳିଙ୍କୁ ପଛରେ ପକାଇଛନ୍ତି । ସବୁଠାରୁ ଅଧିକ ଓ୍ୱିକେଟ ନେଇଥିବା ବୋଲରଙ୍କ ତାଲିକାରେ ସେ ୮ ନମ୍ବର ସ୍ଥାନରେ ରହିଛନ୍ତି ।

ଗାଭାସ୍କର ଆହୁରି କହିଛନ୍ତି ଯେ, ଅଶ୍ୱିନ ଓ ଜସପ୍ରିତ ବୁମରାହ ଦୁଇଜଣ ଭଲ ବୋଲର । ବୁମରାହ ଅଶ୍ୱିନଙ୍କ ପରେ ଟେଷ୍ଟ୍ କ୍ରିକେଟକୁ ଓହ୍ଲାଇଥିଲେ । ଆହୁରି ଅଧିକ ଭଲ କରିବେ ବୁମରାହ । ଅଶ୍ୱିନ ବ୍ୟାଟରଙ୍କ ମନରେ ସର୍ବଦା ଦ୍ୱନ୍ଦ୍ୱ ସୃଷ୍ଟି କରନ୍ତି । ବୁମରାହ ମଧ୍ୟ ଅଶ୍ୱିନଙ୍କ ଭଳି ପନ୍ଥା ଅବଲମ୍ବନ କରିଥାନ୍ତି ବୋଲି ସେ କହିଛନ୍ତି । ଯଦି ଉଭୟ ଏହି ପରି ଭାବରେ ଖେଳ ପଦର୍ଶନ କରି ଚାଲିବେ ତେବେ ଆଗକୁ ସେ ଅନେକ ଖେଳାଳିଙ୍କ ରେକଡ଼ ଭାଙ୍ଗି ପାରିବେ |

Related Posts