ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରଦ୍ଦ କଲେ ସୁପ୍ରିମକୋର୍ଟ : କହିଲେ – ” ପ୍ରତ୍ୟେକ ସାମ୍ୱାଦିକ ସୁରକ୍ଷା ପାଇବାକୁ ହକଦାର”

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ବିନୋଦ ଦୁଆଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରଦ୍ଦ କରିଛନ୍ତି ସୁପ୍ରିମକୋର୍ଟ। ୧୯୬୨ ଜଜମେଣ୍ଟ ଅନୁଯାୟୀ ପ୍ରତ୍ୟେକ ସାମ୍ୱାଦିକ ସୁରକ୍ଷା ପାଇବାକୁ ହକଦାର ବୋଲି ଶୁଣାଣି ବେଳେ ସର୍ବୋଚ୍ଚ ଅଦାଲତ କହିଛନ୍ତି। ବିଜେପି ନେତାଙ୍କ ଏଫଆଇଆର ଆଧାରରେ ଦିଲ୍ଲୀ ଦଙ୍ଗା ସମ୍ପର୍କିତ ବିନୋଦ ଦୁଆଙ୍କ ଏକ କାର୍ଯ୍ୟକ୍ରମ ବିରୋଧରେ ହିମାଚଳପ୍ରଦେଶରେ ତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହୋଇଥିଲା। ବିନୋଦ ଦୁଆ ତାଙ୍କର ୟୁଟ୍ୟୁବ୍ କାର୍ଯ୍ୟକ୍ରମରେ ହିଂସାକୁ ଉସକାଇବା, ମିଥ୍ୟା ଖବର ପ୍ରଚାର କରିବା ଭଳି ଅଭିଯୋଗ କରି ବିଜେପି ନେତା ଏଫଆଇଆର ଦାଖଲ କରିଥିଲେ। ଏହାକୁ ଚ୍ୟାଲେଞ୍ଜ କରିଥ ବିନୋଦ ଦୁଆ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। ତେବେ ସୁପ୍ରିମ କୋର୍ଟ ଆଜି ଦୁଆଙ୍କ ଏହି ଆବେଦନକୁ ଖାରଜ କରିଛନ୍ତି ଯେ, ” ହାଇକୋର୍ଟର ବିଚାରପତିଙ୍କ ନେତୃତ୍ୱରେ ଏକ କଠୋର ପ୍ୟାନେଲ୍ ଅନୁମୋଦନ ନକଲେ ୧୦ ବର୍ଷର ଅଭିଜ୍ଞତା ଥିବା ସାମ୍ବାଦିକଙ୍କ ବିରୋଧରେ କୌଣସି ଏଫ୍ଆଇଆର୍ ଦାଖଲ କରାଯାଇପାରିବ ନାହିଁ। ” କୋର୍ଟ ଦୁଆଙ୍କ ଏହି ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଅଦାଲତ କହିଛନ୍ତି ଯେ ଏହା ବିଧାୟିକା (legislature) ଅଧିକାରର ଉଲ୍ଲଙ୍ଘନ ହେବ । ସୁପ୍ରିମକୋର୍ଟ ତାଙ୍କର ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ଦର୍ଶାଇଛନ୍ତି ଯେ ପ୍ରତ୍ୟେକ ସାମ୍ବାଦିକଙ୍କୁ ଏପରି ଅଭିଯୋଗରୁ ରକ୍ଷା କରାଯାଇଛି। ‘ଦେଶଦ୍ରୋହ ମାମଲାରେ ୧୯୬୨ରେ ବିହାର ସରକାର ଏବଂ କେଦାର ନାଥ ଜଜମେଣ୍ଟ ଅନୁଯାୟୀ ସମସ୍ତ ସାମ୍ୱାଦିକ ସୁରକ୍ଷା ପାଇବାକୁ ହକଦାର ବୋଲି ଶୁଣାଣି ବେଳେ ସୁପ୍ରିମକୋର୍ଟ କହିଛନ୍ତି।’ ଉଲ୍ଲେଖନୀୟ କଥା ହେଉଛି, ଜୁଲାଇ ୨୦ ଯାଏ ଏହି ମାମଲାରେ ବିନୋଦ ଦୁଆଙ୍କ ଉପରେ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେନି ବୋଲି କୋର୍ଟ କହିଥିଲେ। ତେବେ ଏହି ଘଟଣାରେ ହିମାଚଳ ପ୍ରଦେଶ ପୁଲିସକୁ କୌଣସି ସପ୍ଲିମେଣ୍ଟାରୀ ପ୍ରଶ୍ନର ଉତ୍ତର ଦେବାକୁ ଦୁଆଙ୍କର ଆବଶ୍ୟକତା ନାହିଁ ବୋଲି କୋର୍ଟ କହିଛନ୍ତି। ବିଜେପି ନେତା ଶ୍ୟାମ ଗତ ବର୍ଷ ମେ ମାସରେ ଶିମଲା ଜିଲ୍ଲାର କୁମାରସେନ ପୋଲିସ ଷ୍ଟେସନରେ ଦେଶଦ୍ରୋହ ମାମଲା ରୁଜୁ କରିଥିଲେ। ଦୁଆ ତାଙ୍କ କାର୍ଯ୍ୟକ୍ରମ ରେ ବିବାଦୀୟ ଶବ୍ଦ ଏବଂ ସାମ୍ପ୍ରଦାୟିକ ଘୃଣା ସୃଷ୍ଟି କରିବା ଅଭିଯୋଗରେ ଭାରତୀୟ ଦଣ୍ଡବିଧି ଆଇନର ବିଭିନ୍ନ ଧାରା ଅଧୀନରେ ଦୁଆଙ୍କ ବିରୋଧରେ ଏଫଆଇଆର ଦାଖଲ କରାଯାଇଥିଲା ଏବଂ ଏହି ତଦନ୍ତରେ ସାମ୍ବାଦିକଙ୍କୁ ସହଯୋଗ କରିବା ପାଇଁ କୁହାଯାଇଥିଲା। ଶ୍ୟାମ ଅଭିଯୋଗ କରିଛନ୍ତି ଯେ ଦୁଆ ତାଙ୍କ ୟୁଟ୍ୟୁବରେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ କିଛି ଆରୋପ ଲଗାଇଥିଲେ।

Related Posts