ଗୁଗୁଲ୍ ର ଦାବି – ଏହାର ସର୍ଚ୍ଚ ଇଞ୍ଜିନ୍ ଏକ ସୋସିଆଲ୍ ମିଡିଆ କମ୍ପାନୀ ନୁହେଁ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ସୂଚନା ପ୍ରଯୁକ୍ତିବିଦ୍ୟା ଏବଂ ଡିଜିଟାଲ୍ ମିଡିଆ ଆଚାର ସଂହିତା ୨୦୨୧ର ମଧ୍ୟବର୍ତ୍ତୀ ଗାଇଡଲାଇନର କାର୍ଯ୍ୟକାରିତା ବିରୁଦ୍ଧରେ ସୁରକ୍ଷା ମାଗିଛି ଗୁଗୁଲ । ଗୁଗୁଲ୍ ର ସର୍ଚ୍ଚ ଇଞ୍ଜିନକୁ ସୋସିଆଲ ମିଡିଆ ଭାବରେ ସାମିଲ୍ କରାଯିବାକୁ କମ୍ପାନୀ ବିରୋଧ କରିଛି। ଦିଲ୍ଲୀ ହାଇକୋର୍ଟର ଏକ ସିଙ୍ଗିଲ୍ ଜଜ୍ ବେଞ୍ଚଙ୍କ ଆଦେଶ ବିରୋଧରେ କମ୍ପାନୀ ଏକ ଆବେଦନ କରିଛି। କୋର୍ଟ ଜଣେ ମହିଳା ଆବେଦନକାରୀଙ୍କ ଦ୍ୱାରା ଆପତ୍ତିଜନକ ବୋଲି ବିବେଚନା କରାଯାଉଥିବା ଏକ ବିଷୟବସ୍ତୁ ହଟାଇବାକୁ ଗୁଗୁଲ୍ କୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଉକ୍ତ ବିଷୟବସ୍ତୁ କୁ ସୋସିଆଲ ମିଡିଆରୁ ନିଆଯାଇଥିବାରୁ ଏହା ଆପତ୍ତିଜନକ ବୋଲି କହିଥିଲେ। ମହିଳାଙ୍କ ବିନା ଅନୁମତିରେ ତାଙ୍କ ଫେସବୁକ୍ ଏବଂ ଇନଷ୍ଟାଗ୍ରାମରେ ଆକାଉଣ୍ଟ୍ ରୁ ଏହି ବିଷୟବସ୍ତୁକୁ ନିଆଯାଇଥିବାରୁ ସେ ଏହାର ବିରୋଧ କରିଥିଲେ। ତେବେ ଜଜ୍ ନିର୍ଦ୍ଦେଶ ଦେଇଛନ୍ତି ଯେ ଯଦି “ଆପତ୍ତିଜନକ ବିଷୟବସ୍ତୁ ପ୍ରତ୍ୟାହାର କରିବା ଭାରତ ମଧ୍ୟରେ ପ୍ରଭାବଶାଳୀ ହୁଏ, ତେବେ ସର୍ଚ୍ଚ ଇଞ୍ଜିନ୍ ସାରା ବିଶ୍ୱରେ ସର୍ଚ୍ଚର ଫଳାଫଳକୁ ବନ୍ଦ କରିବା ଉଚିତ ”। ତେବେ ଗୁଗୁଲ କହିଛି ଯେ କୋର୍ଟଙ୍କ ଆଦେଶ ଅନୁଯାୟୀ ଏହି ଆପତ୍ତିଜନକ ବିଷୟବସ୍ତୁକୁ ହଟାଇବାକୁ କମ୍ପାନୀର କୌଣସି ଆପତ୍ତି ନାହିଁ, କିନ୍ତୁ ଏହାକୁ “ଟେମ୍ପଲେଟ୍ ନିର୍ଦ୍ଦେ” ବୋଲି କୁହାଯାଉଥିବାରୁ ଏହା ଭାରତରେ ଆପତ୍ତିଜନକ ବୋଲି ବିବେଚନା କରାଯାଇପାରେ କିନ୍ତୁ ସାରା ବିଶ୍ୱରେ ନୁହେଁ।

Related Posts