ରାଜ୍ୟକୁ ସୁପ୍ରିମକୋର୍ଟ ଙ୍କ ନିର୍ଦ୍ଦେଶ: କୋଭିଡ୍-୧୯ ମୃତକଙ୍କ ପରିଜନଙ୍କୁ ଶୀଘ୍ର ଦିଅ କ୍ଷତିପୂରଣ

ନୂଆଦିଲ୍ଲୀ: ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।ଆଉ ବିଳମ୍ବ ନକରି କୋଭିଡ୍-୧୯ ମୃତକଙ୍କ ପରିଜନଙ୍କୁ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଜାରୀ କରିଛନ୍ତି । ବିଚାରପତି ଏମଆର ଶାହ ଏବଂ ବିଚାରପତି ବିଭି ନାଗରତ୍ନଙ୍କ ପୀଠ କହିଛନ୍ତି, ରାଜ୍ୟ ସରକାର କ୍ଷତିପୂରଣ ଦେବାରେ ଆଉ ବିଳମ୍ବ କରନ୍ତୁ ନାହିଁ। ଯଦି କୌଣସି ଦାବିଦାରଙ୍କୁ କ୍ଷତିପୂରଣ ମିଳିନି କିମ୍ବା ତାଙ୍କ ଆବେଦନକୁ ଅଗ୍ରାହ୍ୟ କରାଯାଇଛି ତେବେ ଏହି ସମ୍ବନ୍ଧରେ ଅଭିଯୋଗ ସମ୍ବନ୍ଧିତ ଅଭିଯୋଗ ନିବାରଣ କମିଟିର ଦ୍ଵାରସ୍ଥ ହୋଇ ପାରିବେ।

ଖଣ୍ଡପୀଠ ଅଭିଯୋଗ ନିବାରଣ କମିଟିକୁ ଆବେଦନକାରୀଙ୍କ ଆବେଦନ ଉପରେ ଚାରି ସପ୍ତାହ ଭିତରେ ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଚାରପତି କହିଛନ୍ତି, ଆମେ ସମସ୍ତ ରାଜ୍ୟଙ୍କୁ ଆମର ପୂର୍ବ ଆଦେଶ ଅନୁଯାୟୀ, ଯୋଗ୍ୟ ଲୋକଙ୍କୁ ବିଳମ୍ଵ ନକରି କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଉଛୁ। ଯଦି କୌଣସି ଦାବିଦାରଙ୍କ କୌଣସି ଅଭିଯୋଗ ରହିଛି ତେବେ ସେ ଅଭିଯୋଗ ନିବାରଣ କମିଟିର ଦ୍ଵାରସ୍ଥ ହୋଇ ପାରିବେ।

ସର୍ବୋଚ୍ଚ ନ୍ୟାୟାଳୟ ଏହା ପୂର୍ବରୁ ଆନ୍ଧ୍ର ପ୍ରଦେଶ ସରକାରଙ୍କୁ ଏସଡିଆରଏଫକୁ ବ୍ୟକ୍ତିଗତ ଜମା ଖାତାରେ ଟଙ୍କା ଜମା କରିବା ଅଭିଯୋଗ ଆଧାରିତ ଯାଚିକା ଉପରେ ନିଜର ଉତ୍ତର ରଖିବାକୁ ଶେଷ ସୁଯୋଗ ଦେଇଥିଲେ। ନ୍ୟାୟାଳୟ ରାଜ୍ୟ ସରକାରଙ୍କ ଉପରେ ଟଙ୍କା ଟ୍ରାନ୍ସଫର ଉପରେ ରୋକ୍ ଲଗାଇ ଏହି ସମ୍ବନ୍ଧରେ ଏକ ନୋଟିସ୍ ବି ଜାରି କରିଥିଲେ ।

Related Posts