ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ନୂପୁର ଶର୍ମା। ପ୍ରଫେଟ ମହମ୍ମଦଙ୍କ ଉପରେ ବିବାଦୀୟ ବୟାନ ଦେଇ ଦଳରୁ ନିଲମ୍ବିତ ହୋଇଥିବା ନୂପୁର ଶର୍ମା ପୁଣିଥରେ ସୁପ୍ରିମକୋର୍ଟ ଙ୍କ ଦ୍ବାରସ୍ଥ ହୋଇଛନ୍ତି।
ବିବାଦୀୟ ମନ୍ତବ୍ୟ ପରେ ତାଙ୍କ ବିରୋଧରେ ବିଭିନ୍ନ ରାଜ୍ୟରେ ୯ଟି ମାମଲା ହୋଇଥିଲା। ଏସବୁର ଗିରଫଦାରି ଉପରେ ରହିତାଦେଶ ଲଗାଇବାକୁ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ନୂପୁର। ଆଶନ୍ତା କାଲି ତାଙ୍କ ଆବେଦନର ଶୁଣାଣି ହେବ।
ସେ ତାଙ୍କ ଆବେଦନରେ ଦର୍ଶାଇଛନ୍ତି ଯେ ବିବାଦୀୟ ମନ୍ତବ୍ୟ ପରେ ଦେଶରେ ଯାହାସବୁ ଘଟିଲା ଏଥିପାଇଁ କୋର୍ଟ ତାଙ୍କ ଉପରେ ଦାୟୀ କଲେ ଓ ବର୍ଷିଲେ। ଏହାପରେ ତାଙ୍କ ଜୀବନ ବିପଦରେ ରହିଛି। ତାଙ୍କୁ ଦୁଷ୍କର୍ମ ଧମକ ଦିଆଯାଇଛି ବୋଲି ସେ କହିଛନ୍ତି। ତେଣୁ ଦିଲ୍ଲୀରେ ତାଙ୍କ ବିରୋଧରେ ହୋଇଥିବା ମାମଲାକୁ ଖାରଜ କରାଯାଉ ବୋଲି ନୂପୁର ଶର୍ମା ଆବେଦନ କରିଛନ୍ତି।
ସୂଚନା ଥାଉକି ବିବାଦୀୟ ମନ୍ତବ୍ୟ ପରେ ପ୍ରଥମେ ଦିଲ୍ଲୀରେ ହିଁ ତାଙ୍କ ବିରୋଧରେ ମାମଲା ହୋଇଥିଲା।
