ମୋଦୀଙ୍କ ବିରୋଧରେ କୋଭିଡ ଟିକା ସମ୍ପର୍କିତ ପୋଷ୍ଟର ମାମଲାରେ ରୁଜୁ ହୋଇଥିବା ଏଫ୍ଆର୍ ରଦ୍ଦ କରିବାକୁ ମନା କଲେ ସୁପ୍ରିମକୋର୍ଟ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ମେ ୧୨ ରେ, ଜାତୀୟ ରାଜଧାନୀ ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ପୋଷ୍ଟର ଲଗାଯାଇଥିଲା। ଏଥିରେ ଲେଖାଥିଲା,ଯେ ‘ମୋଦୀ ଜୀ ଆମ ପିଲାମାନଙ୍କ ଟିକା କାହିଁକି ବିଦେଶକୁ ପଠାଇଲେ ?’ ଏହି ପୋଷ୍ଟର ଲାଗିଥିବା ଖବର ପାଇ ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା। ମେ ୧୩ ସୁଦ୍ଧା ସମସ୍ତ ପୋଷ୍ଟର ହଟାଯାଇ ଦିଆଯାଇଥିଲା। ଏବଂ ଏହି ଘଟଣାରେ ଦିଲ୍ଲୀ ପୋଲିସ ଦୁଇ ଡଜନରୁ ଅଧିକ ମାମଲା ରୁଜୁ କରିଥିବା ବେଳେ ଘଟଣାରେ ପାଖାପାଖି ୨୪ ଜଣଙ୍କୁ ଗିରଫ କରାଯାଇଥିଲା । ଏହା ପରେ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା।

ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କହିଥିଲେ ଯେ ଟୀକାକରଣ ଡ୍ରାଇଭ ସଂପର୍କରେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଦାୟର ହୋଇଥିବା ଏଫଆଇଆର ତୃତୀୟ ପକ୍ଷଙ୍କ ଅନୁରୋଧ ଯୋଗୁଁ ବନ୍ଦ ହୋଇପାରିବ ନାହିଁ। ଜଷ୍ଟିସ୍ ଡି ୱାଇ ଚନ୍ଦ୍ରଚୁଦ୍ କହିଛନ୍ତି ଯେ ଏମିତି କରିବା ଦ୍ଵାରା ଏକ ଭୁଲ ଉଦାହରଣ ସୃଷ୍ଟି ହେବ। ଏହି ମାମଲାରେ ଆବେଦନକାରୀଙ୍କୁ ଆବେଦନ ପ୍ରତ୍ୟାହାର କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଗତ ଥର ହୋଇଥିବା ଶୁଣାଣି ସମୟରେ ସୁପ୍ରିମକୋର୍ଟ ଆବେଦନକାରୀଙ୍କୁ କହିଥିଲେ ଯେ ଟୀକାକରଣ ଡ୍ରାଇଭ ସହ ଜଡିତ ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ପୋଷ୍ଟର ଲଗାଇଥିବା ଘଟଣାର କେସ୍ ଡିଟେଲ୍ ଏବଂ କାହାକୁ ଗିରଫ କରାଯାଇଛି ସେ ବିଷୟରେ ସବିଶେଷ ତଥ୍ୟ ମାଗିଥିଲେ।

ଜଷ୍ଟିସ୍ ଚନ୍ଦ୍ରଚୁଡଙ୍କ ଅଧ୍ୟକ୍ଷତାରେ ଏକ ବେଞ୍ଚ କହିଛନ୍ତି ଯେ ଯଦି ତୃତୀୟ ପକ୍ଷଙ୍କ ଯୁକ୍ତି ଆଧାରରେ ରୁଜୁ ହୋଇଥିବା ମାମଲା ବନ୍ଦ ହୋଇଯାଏ, ତେବେ ଏହା ଏକ ଭୁଲ ଉଦାହରଣ ସୃଷ୍ଟି କରିବ। ଆବେଦନକାରୀଙ୍କ ପକ୍ଷରୁ ହାଜର ହୋଇଥିବା ଓକିଲ ପ୍ରଦୀପ କୁମାର ଯାଦବଙ୍କୁ ଆବେଦନ ପ୍ରତ୍ୟାହାର କରିବା ପାଇଁ ସୁପ୍ରିମକୋର୍ଟ ପରାମର୍ଶ ଦେଇଥିଲେ । ସୁପ୍ରିମକୋର୍ଟ କହିଛନ୍ତି ଯେ ଯଦି କେହି ଆତାତାୟୀ FIR ପଞ୍ଜିକରଣ କରିବାକୁ ଚାହାଁନ୍ତି, ତାଙ୍କୁ ଏହାର ସୁଯୋଗ ଦିଆଯାଉ ।

ସୁପ୍ରିମକୋର୍ଟ ଆବେଦନକାରୀଙ୍କ ଓକିଲଙ୍କୁ ପ୍ରଶ୍ନ କରିଥିଲେ ଯେ ଏହି ମାମଲାରେ ଆପଣ ଦେଇଥିବା ବିବରଣୀ ସଠିକ୍ ବୋଲି ଆମେ କିପରି ନିଷ୍ପତ୍ତି ନେବୁ ? କୌଣସି ତୃତୀୟ ପକ୍ଷ ଦେଇଥିବା ଆବେଦନ ଉପରେ ଆମେ ମାମଲା ବନ୍ଦ କରିବାକୁ ଏକ ଆଦେଶ ଦେଇ ପାରିବୁ ନାହିଁ। ଉଦାହରଣ ସ୍ୱରୂପ, ଯଦି ପିତାମାତା ଏକ ତୃତୀୟ ପକ୍ଷ ଭାବରେ ଆସନ୍ତି, ତେବେ ଆଦେଶ ପାସ ହୁଏ । ଯଦି ତୃତୀୟ ପକ୍ଷର ନିର୍ଦ୍ଦେଶରେ FIR କୁ ବନ୍ଦ କରିବାକୁ ଏକ ଆଦେଶ ଅଛି, ତେବେ ଏକ ଭୁଲ ସନ୍ଦେଶ ଚାଲିଯିବ ।

ସୂଚନା ମୁତାବକ କୋଭିଡ -୧୯ ଟିକାକରଣ ସଂପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମାଲୋଚନା କରୁଥିବା ପୋଷ୍ଟର ଲଗାଯାଇଥିଲା। ଏହି ଅଭିଯୋଗରେ ୧୭ଟି ଏଫଆଇଆର ପଞ୍ଜୀକୃତ ହୋଇଥିଲା ଏବଂ ଗିରଫ ମଧ୍ୟ କରାଯାଇଥିଲା। ପୁଲିସ ଅଧିକାରୀମାନେ ଶନିବାର କହିଛନ୍ତି ଯେ ଏହି ପୋଷ୍ଟରଗୁଡିକ ସହରର ଅନେକ ସ୍ଥାନରେ ଲଗାଯାଇଥିଲା ।

ପୋଷ୍ଟରରେ ଲେଖାଥିଲା,ଯେ ‘ମୋଦୀ ଜୀ ଆମ ପିଲାମାନଙ୍କ ଟିକା କାହିଁକି ବିଦେଶକୁ ପଠାଇଲେ?’ ଏହି ମାମଲାରେ ରାଜନୀତି ମଧ୍ୟ ଜୋର ଧରିଥିଲା। କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମେତ ବହୁ ବିରୋଧୀ ଦଳର ନେତା ସରକାରଙ୍କୁ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ଥିଲେ।

Related Posts