ଦେଶରେ ବଢ଼ୁଥିବା ସଡ଼କ ଦୁର୍ଘଟଣା ଓ ବୀମା ବିନା ଚାଲୁଥିବା ଯାନବାହନ ସଂଖ୍ୟାକୁ ନେଇ ସୁପ୍ରିମକୋର୍ଟ ଏକ ଐତିହାସିକ ରାୟ ଦେଇଛନ୍ତି। ବିଚାରପତି ସଞ୍ଜୟ କରୋଲ ଓ ବିଚାରପତି ପ୍ରଶାନ୍ତ କୁମାର ମିଶ୍ରଙ୍କ ଖଣ୍ଡପୀଠ National Insurance Co. Ltd. v. Smt. Thungala Dhana Laxmi & Ors. (2026 INSC 793) ମାମଲାରେ କେନ୍ଦ୍ର ସରକାର, ସଡ଼କ ପରିବହନ ମନ୍ତ୍ରଣାଳୟ (MoRTH), IRDAI, ବୀମା କମ୍ପାନୀ ଓ ସମସ୍ତ ରାଜ୍ୟ ପୁଲିସଙ୍କୁ ଦେଶବ୍ୟାପୀ ଏକାଧିକ କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି।
ସୁପ୍ରିମକୋର୍ଟଙ୍କ ଅବଲୋକନ ଅନୁଯାୟୀ, ଦେଶର 30.48 କୋଟି ପଞ୍ଜୀକୃତ ଯାନ ମଧ୍ୟରୁ ପ୍ରାୟ 16.54 କୋଟି (ପ୍ରାୟ 56%) ଯାନର ବୈଧ ବୀମା ନାହିଁ। ଏହା ମୋଟର ଯାନ ଆଇନର ଉଦ୍ଦେଶ୍ୟକୁ ବିଫଳ କରୁଛି ଏବଂ ଦୁର୍ଘଟଣାରେ ପୀଡ଼ିତଙ୍କୁ ଯଥାସମୟରେ କ୍ଷତିପୂରଣ ମିଳିବାରେ ବାଧା ସୃଷ୍ଟି କରୁଛି। କୋର୍ଟ ଆହୁରି କହିଛନ୍ତି ଯେ 2024 ମସିହାରେ ଦେଶରେ 4.87 ଲକ୍ଷ ସଡ଼କ ଦୁର୍ଘଟଣା ଘଟିଛି, ତେଣୁ ସଡ଼କ ସୁରକ୍ଷା ସମ୍ବିଧାନର ଅନୁଚ୍ଛେଦ-21 ଅନୁଯାୟୀ ଜୀବନର ଅଧିକାରର ଅବିଚ୍ଛିନ୍ନ ଅଂଶ।
➡️ ସୁପ୍ରିମକୋର୍ଟଙ୍କ ପ୍ରମୁଖ ନିର୍ଦ୍ଦେଶ
ANPR କ୍ୟାମେରା ସହ VAHAN ଓ Insurance Information Bureau ଡାଟାବେସ ସଂଯୋଗ କରି ବୀମା ନଥିବା ଯାନକୁ ସ୍ୱୟଂଚାଳିତ ଭାବେ ଚିହ୍ନଟ କରାଯିବ ଓ ଇ-ଚାଲାଣ ଜାରି ହେବ।
ରାଜ୍ୟ ପୁଲିସ ରିଅଲ୍-ଟାଇମ୍ ବୀମା ଯାଞ୍ଚ ପାଇଁ ଡିଜିଟାଲ୍ ହ୍ୟାଣ୍ଡହେଲ୍ଡ ଡିଭାଇସ୍ ଓ ମୋବାଇଲ୍ ଆପ୍ ବ୍ୟବହାର କରିବେ।
ଦେଶବ୍ୟାପୀ ସମାନ ୪-ସ୍ତରୀୟ ମୋଟର ବୀମା ମଡେଲ୍ ଲାଗୁ କରିବାକୁ ନିର୍ଦ୍ଦେଶ—
– ବାଧ୍ୟତାମୂଳକ Third Party Insurance
– ଯାତ୍ରୀ/ପିଲିଅନ୍ ରାଇଡରଙ୍କ ପାଇଁ Optional Legal Liability Cover
– Owner, Driver ଓ Occupants ପାଇଁ Personal Accident Cover
– Optional Own Damage Cover
ନୂଆ ବ୍ୟକ୍ତିଗତ କାର୍ ପାଇଁ ୪ ବର୍ଷ ଏବଂ ନୂଆ ଦୁଇଚକିଆ ଯାନ ପାଇଁ ୬ ବର୍ଷର ବାଧ୍ୟତାମୂଳକ Third Party Insurance ବ୍ୟବସ୍ଥା କରିବାକୁ IRDAIକୁ ନିର୍ଦ୍ଦେଶ।
ବୀମା କମ୍ପାନୀମାନେ ଗ୍ରାହକଙ୍କୁ ସହଜ ଭାଷାରେ Consumer Information Sheet ଦେବେ ଓ ସମାନ Policy Wording ପ୍ରସ୍ତୁତ କରିବେ।
ସବୁଠାରୁ ଚର୍ଚ୍ଚିତ ପ୍ରସ୍ତାବ: ବୈଧ ବୀମା ନଥିବା ଯାନକୁ ପେଟ୍ରୋଲ୍ ପମ୍ପରେ ଇନ୍ଧନ ନ ଦେବା ବ୍ୟବସ୍ଥାର ସମ୍ଭାବନା ନେଇ IRDAI ଓ MoRTH ପାଇଲଟ୍ ପ୍ରକଳ୍ପ ପରୀକ୍ଷା କରିବେ।
➡️ ମୂଳ ମାମଲାରେ କ’ଣ କହିଲେ ସୁପ୍ରିମକୋର୍ଟ?
ମୂଳ ମାମଲାରେ ସୁପ୍ରିମକୋର୍ଟ ତେଲେଙ୍ଗାନା ହାଇକୋର୍ଟଙ୍କ ରାୟକୁ ବଜାୟ ରଖି National Insurance Company Ltd.ର ଅପିଲ୍ ଖାରଜ କରିଛନ୍ତି। କୋର୍ଟ ସ୍ପଷ୍ଟ କରିଛନ୍ତି ଯେ Comprehensive/Package Policy ଅଧୀନରେ ଯାତ୍ରା କରୁଥିବା ଯାତ୍ରୀମାନେ ମଧ୍ୟ କ୍ଷତିପୂରଣ ପାଇବାକୁ ହକଦାର ଏବଂ ମୋଟର ଦୁର୍ଘଟଣା ମାମଲାରେ ଅତ୍ୟଧିକ କାରିଗରୀ ଦୃଷ୍ଟିଭଙ୍ଗୀ ଅପନାଇବା ଉଚିତ ନୁହେଁ।
ଏହି ରାୟକୁ ଦେଶର ମୋଟର ବୀମା ବ୍ୟବସ୍ଥାରେ ଏକ ବଡ଼ ନୀତିଗତ ପରିବର୍ତ୍ତନ ଭାବେ ଦେଖାଯାଉଛି। ଏହା କାର୍ଯ୍ୟକାରୀ ହେଲେ ବୀମା ବିନା ଯାନ ଚଳାଚଳ ଉପରେ କଡ଼ା ନିୟନ୍ତ୍ରଣ ସହ ଦୁର୍ଘଟଣା ପୀଡ଼ିତଙ୍କୁ ଶୀଘ୍ର ଓ ଯଥୋଚିତ କ୍ଷତିପୂରଣ ମିଳିବାର ଆଶା ବଢ଼ିବ।
