
ପାଟଣାଗଡ ; ଯୌତୁକ ଯୁଇ ରେ ଜଳିଗଲା ଆଉ ଏକ ନବବଧୂ ।ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଏପରି ଅଭିଯୋଗ ଆଣିଛନ୍ତି ବାପଘର ଲୋକେ। ବଲାଙ୍ଗୀର ଜିଲ୍ଲା ବେଳପଡା ଥାନା ଅନ୍ତର୍ଗତ ଧୂମାଭଟା ଗାଁର ଶବର ପଡ଼ାରେ ଘଟିଛି ଏହି ଘଟଣା ।
ଏନେଇ ଖବର ପାଇବା ପରେ ବେଳପଡା ପୋଲିସ ମୃତକଙ୍କ ସ୍ଵାମୀଙ୍କୁ ଅଟକ ରଖି ପଚରାଉଚୁରା କରୁଛି।
ସୂଚନାନୁଯାୟୀ, ବେଳପଡା ଥାନା ଅନ୍ତର୍ଗତ ଶବର ପଡ଼ାର ଉଦ୍ଧବ ରଣାଙ୍କ ସାନ ପୁଅ ସନ୍ୟାସୀ ରଣା ସଇଁତଲା ଥାନା ଅନ୍ତର୍ଗତ ସିସକେଲା ଗାଁର ଚିତ୍ର ରଣାଙ୍କ ଝିଅ ସଙ୍ଗୀତାଙ୍କୁ ବୈଦିକ ରୀତିରେ ଗତ ଜାନୁଆରୀ ମାସରେ ବିବାହ କରିଥିଲେ। ଉଭୟ ସ୍ଵାମୀସ୍ତ୍ରୀ ସିସକେଲା ଗାଁକୁ ରଥଯାତ୍ରା ଦେଖିବାକୁ ଯାଇଥିଲେ। ସେଠାରେ ଦୁହିଁଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଗାଳିଗୁଳଜ ହୋଇଥିଲେ । ଏହାପରେ ନିଜ ଗାଁ ଧୂମାଭଟାକୁ ଚାଲିଆସିଥିଲେ। ହେଲେ ହଠାତ୍ ଶନିବାର ସଙ୍ଗୀତା ରଣାଙ୍କର ମୃତ୍ୟୁ ଘଟିଥିଲା।
ତେବେ ସଙ୍ଗୀତାଙ୍କ ବାପ ଘର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି। ସଙ୍ଗୀତାଙ୍କ ଭାଇ କହିଛନ୍ତି ଯେ, ଯୌତୁକ ନଦେବାରୁ ତାଙ୍କ ଭଉଣୀଙ୍କୁ ହତ୍ୟା କରାଯାଇଛି। ଏନେଇ ମୃତକଙ୍କ ପରିବାର ଲୋକେ ବେଳପଡ଼ା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଘଟଣାସ୍ଥଳରେ ବେଳପଡା ପୋଲିସ ପହଞ୍ଚି ଅଧିକ ତଦନ୍ତ କରୁଛି। ସ୍ଵାମୀ ସନ୍ୟାସୀକୁ ପୋଲିସ ଅଟକ ରଖି ପଚରାଉଚୁରା କରୁଛି। ତଦନ୍ତ ପରେ ଏହା ହତ୍ୟା ନା ଆତ୍ମହତ୍ୟା ସ୍ପଷ୍ଟ ହେବ ବୋଲି ପୋଲିସ କହିଛି।