ଟି-୨୦ ବିଶ୍ୱକପ: ପାକିସ୍ତାନକୁ ପରାସ୍ତ କରି ବିଜୟ ମୁକୁଟ ପିନ୍ଧିଲା ଇଂଲଣ୍ଡ

ନୂଆଦିଲ୍ଲୀ: ଆଜି ଟି-୨୦ ବିଶ୍ୱକପ ଫାଇନାଲରେ ବାଜିମାତ କରି ନେଲା ଇଂଲଣ୍ଡ । ପ୍ରଥମେ ଟସ୍ ଜିତି ବୋଳିଂ କରିବାର ନିଷ୍ପତ୍ତି ନେଇଥିଲା ଇଂଲଣ୍ଡ । ଫଳରେ ପଡିଆକୁ ଓହ୍ଲାଇଥିଲା ଟିମ୍ ପାକିସ୍ତାନ । ଇଂଲଣ୍ଡ ଆଗରେ ୧୩୮ ରନ୍‌ର ଟାର୍ଗେଟ ରଖିଥିଲା ପାକିସ୍ତାନ l ମେଲବର୍ଣ୍ଣରେ ଖେଳାଯାଉଥିବା ଫାଇନାଲ ମ୍ୟାଚରେ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଇଂଲଣ୍ଡ। ଯାହା ଫଳରେ ପ୍ରଥମେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିଲା ପାକିସ୍ତାନ। ନିର୍ଦ୍ଧାରିତ ୨୦ ଓଭର ଖେଳି ପାକିସ୍ତାନ ୮ ୱିକେଟ ହରାଇ ୧୩୭ ରନ୍‌ କରିଥିଲା ।

ନିର୍ଦ୍ଧାରିତ ସ୍କୋର ର ପିଛା କରି ଇଂଲଣ୍ଡ ୧୯ ଓଭରରେ ୫ ୱିକେଟ ହରାଇ ବିଜୟ ହାସଲ କରିଛି । ଦ୍ଵିତୀୟ ଥର ପାଇଁ ଇଂଲଣ୍ଡ ବିଜୟ ମୁକୁଟ ପିନ୍ଧିଛି ।

Related Posts