ଟି୨୦ ବିଶ୍ବକପ୍‌’: ଜିମ୍ବାୱେ ବିପକ୍ଷରେ ଟସ୍‌ ଜିଣି ଭାରତର ପ୍ରଥମେ ବ୍ୟାଟିଙ୍ଗ୍‌ ନିଷ୍ପତ୍ତି

ନୂଆଦିଲ୍ଲୀ: ଟି୨୦ ବିଶ୍ବକପ୍‌’ ଟୁର୍ଣ୍ଣାମେଣ୍ଟ୍‌ରେ ଆଜି ଅଷ୍ଟ୍ରେଲିଆର ମେଲ୍‌ବର୍ଣ୍ଣ କ୍ରିକେଟ୍‌ ଗ୍ରାଉଣ୍ଡ୍‌ରେ ଭାରତ ଓ ଜିମ୍ବାୱେ ମୁହାଁମୁହିଁ ହୋଇଛନ୍ତି । ‘ ଟସ୍‌ ଜିଣି ଭାରତ ପ୍ରଥମେ ବ୍ୟାଟିଙ୍ଗ୍‌ ନିଷ୍ପତ୍ତି ନେଇଛି ।

ଟସ୍‌ ଜିଣିବା ପରେ ଭାରତର ଅଧିନାୟକ ରୋହିତ ଶର୍ମା କହିଛନ୍ତି, ଆଜି ଡି.କେ.ଙ୍କ ସ୍ଥାନରେ ଋଷଭ ପନ୍ତ ଖେଳିବେ। ସେ ହେଉଛନ୍ତି ଏକମାତ୍ର ଖେଳାଳି ଯିଏ ‘ୱାର୍ମ-ଅପ୍‌ ଗେମ୍‌ସ୍‌’ ସମେତ ଏହି ଟୁର୍‌ରେ କୌଣସି ଗୋଟିଏ ହେଲେ ମ୍ୟାଚ୍‌ରେ ଖେଳି ନାହାନ୍ତି। ଆମେ ତାଙ୍କୁ ମ୍ୟାଚ୍‌ ଖେଳିବାକୁ ସୁଯୋଗ ଦେବାକୁ ଇଚ୍ଛା କରିଛୁ।

ଆଜି ଭାରତୀୟ ଟିମ୍‌ରେ ଖେଳୁଛନ୍ତି: କେ. ଏଲ୍‌. ରାହୁଲ୍‌, ରୋହିତ ଶର୍ମା, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଋଷଭ ପନ୍ତ (ୱିକେଟ୍‌ ରକ୍ଷକ), ଅକ୍ଷର ପଟେଲ୍‌, ରବିଚନ୍ଦ୍ରନ ଅଶ୍ବିନ, ଭୁବନେଶ୍ବର କୁମାର, ମହମ୍ମଦ ଶାମି ଓ ଅର୍ଶଦୀପ ସିଂହ।

ସେହିପରି, ଜିମ୍ବାୱେ ଟିମ୍‌ରେ ଖେଳୁଛନ୍ତି, ୱେଜ୍‌ଲି ମାଧେବେରେ, କ୍ରେଆଗ୍‌ ଏର୍‌ଭାଇନ୍‌, ‌ରିଗିଜ୍ ଚକବୱ, ସିନ୍‌ ୱିଲିୟମ୍‌ସ୍‌, ସିକନ୍ଦର ରାଜା, ଟନି ମୁନ୍ୟୋଙ୍ଗା, ରିୟାନ୍‌ ବର୍ଲ, ତେଣ୍ଡାଇ ଚାଟରା, ରିଚାର୍ଡ ନାରାଭା, ୱେଲିଙ୍ଗ୍‌ଟନ୍‌ ମାସାକାଜା ଓ ବ୍ଲେସିଙ୍ଗ୍‌ ମୁଜାରାବାନି

Related Posts