ଧୋନୀଙ୍କ ଫେସବୁକ୍ ପୋଷ୍ଟ କୁ ନେଇ ଚର୍ଚ୍ଚା, ଆସନ୍ତାକାଲି ଫେସବୁକ୍ ଲାଇଭରେ କଣ ଘୋଷଣା କରିବେ କ୍ୟାପଟେନ୍ କୁଲ୍ ?

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆଇପିଏଲରୁ ଅବସର ଘୋଷଣା କରିବେ କି ଟିମ୍ ଇଣ୍ଡିଆର କ୍ୟାପଟେନ୍ କୁଲ୍ ମହେନ୍ଦ୍ର ସିଂହ ଧୋନୀ ? ଧୋନୀଙ୍କ ଏକ ଫେସବୁକ୍ ପୋଷ୍ଟ ପରେ ଏଭଳି ଏକ ଚର୍ଚ୍ଚା ଏବେ ଚାରିଆଡ଼େ ଶୁଣିବାକୁ ମିଳୁଛି। ପ୍ରକୃତ କଥା ହେଉଛି, ଶନିବାର ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଫେସବୁକରେ ଏକ ଫଟୋ ସେୟାର କରିଥିଲେ । ଆଉ ଆସନ୍ତା କାଲି ଅର୍ଥାତ୍ ରବିବାର ଦିନ ୨ଟା ସମୟରେ ସେ ଫେସବୁକ ଲାଇଭରେ ଆସି କିଛି ବଡ ଘୋଷଣା କରିବେ ବୋଲି ସୂଚନା ଦେଇଥିଲେ । ଯାହା ତାଙ୍କ ଫ୍ୟାନ୍ସଙ୍କୁ ଚର୍ଚ୍ଚାର ଖୋରାକ ଯୋଗାଇଛି। ଏହାସହିତ କ୍ରିକେଟ୍ ପଣ୍ଡିତମାନେ ଏହାକୁ ନେଇ ଆଲୋଚନା କରିବା ମଧ୍ୟ ଆରମ୍ଭ କରିଦେଇଛନ୍ତି । ତେବେ ଆସନ୍ତା କଲି ଦିନ ୨ଟା ରେ ଫେସବୁକ୍ ଲାଇଭ ରେ ଧୋନୀ କଣ ଘୋଷଣା କରୁଛନ୍ତି ତାହା ଦେଖିବାକୁ ବାକି ରହିଲା।

ସୂଚନାଯୋଗ୍ୟ ଯେ, ଠିକ୍ ୧୫ ବର୍ଷ ତଳେ ଆଜିର ଦିନରେ ମାହିଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ପ୍ରଥମ ଟି୨୦ ବିଶ୍ୱକପ୍ ଜିତିଥିଲା । ଆଜି ଏହାକୁ ୧୫ ବର୍ଷ ପୂରଣ କରିଛି । ଖାଲି ସେତିକି ନୁହେଁ, ଅନ୍ତର୍ଜାତୀୟ କ୍ରିକେଟରୁ ମାହି ହଠାତ୍ ଅବସର ଘୋଷଣା କରି ସମସ୍ତଙ୍କୁ ଚକିତ କରିଦେଇଥିଲେ, ତେଣୁ ଆସନ୍ତାକାଲି ସେ କେଉଁ ଘଟଣାରେ ବଡ ସୂଚନା ଦେବେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହେଇଛି ।

Related Posts