ଇନ୍‌ଷ୍ଟାଗ୍ରାମ୍‌ରେ ଧୋନିଙ୍କ ଫଟୋ ସେୟାର କଲେ ବିରାଟ, ଲେଖିଲେ: ସେ ସବୁବେଳେ ମୋ ସହିତ ଅଛନ୍ତି, ଏପିରିକି ପାଣି ବୋତଲରେ ବି…

ମୁମ୍ବାଇ : ଧୋନି-ବିରାଟଙ୍କ ଯୋଡି ଆରମ୍ଭରୁ ଏବେ ଯାଏଁ ସବୁ ବେଳେ ଚର୍ଚ୍ଚା ସାଉଁଟି ଆସୁଥିବା ବେଳେ, ଧୋନିଙ୍କ ଅଧିନାୟକ ସମୟରେ ଡେବ୍ୟୁ କରିଥିଲେ ବିରାଟ । ଏବେ ଠୁ ଆରମ୍ଭ ତାଙ୍କ ଯୋଡ଼ି । ଅନେକ ସମୟରେ ବିରାଟ ଧୋନିଙ୍କ ଖୁବ୍ ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି । ତାଙ୍କ ପାଇଁ ଇମୋସନାଲ ପୋଷ୍ଟ ବି ଲେଖିଥାନ୍ତି । କିଛି ଦିନ ତଳେ ଏହିପରି ଏକ ଘଟଣା ସାମ୍ନାକୁ ଆସିଛି ।

ବିରାଟ କୋହିଲ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଷ୍ଟୋରି ସେୟାର କରିଥିଲେ । ଯେଉଁଥିରେ ଏକ ଧୋନିଙ୍କ ଏକ ଫଟୋ ଚିତ୍ର ରହିଛି । ଫଟୋର କ୍ୟାପସନ୍‌ରେ ଲେଖିଥିଲା କି , ସେ ସବୁବେଳେ ମୋ ସହିତ ଅଛନ୍ତି । ଏପିରିକି ପାଣି ବୋତଲରେ ବି… । ଯାହାକୁ ନେଇ କ୍ରିକେଟ୍‌ ଫ୍ୟାନ୍ସ ଖୁବ୍‌ ମଜାଲିଆ କମେଣ୍ଟ ଦେଇଛନ୍ତି । କେହି କେହି ତ ଉଭୟଙ୍କ ଯୋଡିକୁ ମନେ ପକାଇ ଖୁବ୍‌ ପ୍ରଶଂସା କରିଛନ୍ତି ।

ସେହିପରି କିଛି ମାସ ତଳେ ଧୋନିଙ୍କୁ ନେଇ ବି ବଡ଼ବୟାନ ଦେଇଥିଲେ । ସେ କହିଥିଲେ କି, ମୁଁ ଯେତେବେଳେ ଟେଷ୍ଟରୁ ଅଧିନାୟକ ପଦ ଛାଡିଥିଲି । ସେତେବେଳେ କୌଣସି ଖେଳାଳି କି ଟିମ୍‌ ସହିତ ଜଡିତ ଲୋକ ମୋତେ ଫୋନ୍‌ କି ମେସେଜ୍‌ କରିନଥିଲେ । କେବଳେ ଧୋନି ଭାଇ ହିଁ ମୋତେ ଫୋନ୍‌ କରିଥିଲେ । ଅନେକ ଲୋକଙ୍କ ପାଖରେ ମୋ ନମ୍ବର ଅଛି । କିନ୍ତୁ ସେମାନେ ଟିଭିରେ କଥା କହୁଥିବା ବେଳେ ଗୋଟିଏ ବି ହେଲେ ମେସେଜ୍‌ ଦେଇନଥିଲେ ।

ସୂଚନାଯୋଗ୍ୟ ଯେ, ମହେନ୍ଦ୍ର ସିଂହ ଧୋନି ଟିମ୍‌ ଇଣ୍ଡିଆର ଅଧିନାୟକ ଥିବା ବେଳେ ବିରାଟ କୋହଲି ଡେବ୍ୟୁ କରିଥିଲେ । ଏହିକ୍ରମରେ ସେ ଦିନିକିଆ ବିଶ୍ୱକପ୍‌ ବିଜେତା ଟିମ୍‌ର ମଧ୍ୟ ସଦସ୍ୟ ଥିଲେ । ଏହାପରେ ଟିମ୍ ଇଣ୍ଡିଆର ଅନେକ ଟ୍ରଫି ବିଜୟୀରେ ବିରାଟଙ୍କ ଖୁବ୍‌ ଯୋଗଦାନ ରହିଥିଲେ । କିନ୍ତୁ କିଛି ବର୍ଷ ପରେ ଧୋନି ଯେତେବେଳେ ଟେଷ୍ଟ ଟିମ୍‌ରୁ ଅବସର ନେଇଥିଲେ । ସେତେବେଳେ ବିରାଟଙ୍କୁ ତାଙ୍କର ଉତ୍ତରାଧିକାରୀ ଭାବେ ଦାୟିତ୍ୱ ଦିଆଯାଇଥିଲା । ଏବଂ ବିରାଟ ବି କହିଥିଲେ କି , ମହେନ୍ଦ୍ର ସିଂହ ଧୋନି ହେଉଛନ୍ତି ଆମ ଜୀବନର କ୍ୟାପଟେନ୍‌

Related Posts