ଲାଞ୍ଚ ନେଇ ନିଲମ୍ବିତ ହେଲେ ଧାମନଗର ତହସିଲ ଅନ୍ତର୍ଗତ ଦଳାଙ୍ଗ ରାଜସ୍ବ ନିରୀକ୍ଷକ ତାପସ ରଞ୍ଜନ ଜେନା

ଭଦ୍ରକ : ଲାଞ୍ଚ ନେବା ପଡିଲା ମହଙ୍ଗା । ନିଲମ୍ବିତ ହେଲେ ରାଜସ୍ୱ ନିରୀକ୍ଷକ। ଧାମନଗର ତହସିଲ ଅନ୍ତର୍ଗତ ଦଳାଙ୍ଗ ରାଜସ୍ବ ନିରୀକ୍ଷକ ତାପସ ରଞ୍ଜନ ଜେନା ନିଲମ୍ବିତ ହୋଇଛନ୍ତି । ଲାଞ୍ଚ ନେବା ସମୟର ଭିଡ଼ିଓ ଭାଇରାଲ ହେବା ପରେ ଯାହାକୁ ନେଇ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛନ୍ତି ଜିଲ୍ଲାପାଳ ।

ସୂଚନାଯୋଗ୍ୟ, ଜାତିଗତ ପ୍ରମାଣ ପତ୍ର ପାଇଁ ରାଜସ୍ୱ ନିରୀକ୍ଷକ ୫୦୦ ଟଙ୍କା ଲାଞ୍ଚ ନେଉଥିବାର ଭିଡିଓ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ଜିଲ୍ଲାପାଳ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ।

ସୂଚନା ଥାଉକି, ଜାତିଗତ ପ୍ରମାଣପତ୍ର ଦେବାକୁ ୫୦୦ ଟଙ୍କା ଲାଞ୍ଚ ମାଗୁଥିଲେ ରାଜସ୍ୱ ନିରୀକ୍ଷକ । ଏନେଇ ଭିଡିଓ ବି ଭାଇରାଲ ହୋଇଥିଲା । ଭଡିଓରେ ସେ କହିଥିଲେ ଜଣେ ସରକାରୀ ଅଧିକାରୀଙ୍କ ମୁଣ୍ଡ କଣ ୨୦୦ ଟଙ୍କା କି ? କାମ ନେବ, ୨୦୦ ଦେବ କେମିତି’’? ଏପରି କହି କାଷ୍ଟ ସାର୍ଟିଫିକେଟ ପାଇଁ ଆସିଥିବା ହିତାଧିକାରୀଙ୍କ ସହ ଡିଲ୍‌ କରୁଥିଲେ ଆର୍‌ଆଇ ।

Related Posts