ଶତ୍ରୁପକ୍ଷକୁ କଡା ଜବାବ ଦେବାକୁ ନୌସେନାରେ ସାମିଲ ହେଲା ତାରାଗିରି

ମୁମ୍ବାଇ: ଶତ୍ରୁପକ୍ଷକୁ କଡା ଜବାବ ଦେବାକୁ ନେଇ ନିଜକୁ ଶକ୍ତିଶାଳୀ କରୁଛି ଭରତୀୟ ନୌସେନା । ନିକଟରେ ଭାରତୀୟ ନୌସେନାରେ ସାମିଲ ହୋଇଛି ଆଇଏନଏସ ବିକ୍ରାନ୍ତ । ଭାରତରେ ନିର୍ମିତ ପ୍ରଥମ ସ୍ବଦେଶୀ ବିମାନ ବାହକ ବିକ୍ରାନ୍ତକୁ ଦେଶବାସୀଙ୍କୁ ସମର୍ପିତ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏବେ ଶତ୍ରୁପକ୍ଷକୁ କଡା ଜବାବ ଦେବାକୁ ନୌସେନାରେ ସାମିଲ ହୋଇଛି ତାରାଗିରି ।

ମାଜାଗାଓଁ ଡକି ସିପବିଲ୍ଡର୍ସ ଲିମିଟେଡ ଦ୍ବାରା ନିର୍ମିତ ଦ୍ରୁତଗାମୀ ଯୁଦ୍ଧଜାହାଜ ତାରାଗିରି ମୁମ୍ବାଇରେ ଜଳାବତରଣ କରିଛି । ଏହାକୁ ନୌସେନାର ପ୍ରକଳ୍ପ 17ଏ ଅଧୀନରେ ନିର୍ମାଣ କରାଯାଇଛି । ଏହାକୁ ତିଆରି କରିବାରେ 25,700 କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏହାର ଶୁଭାରମ୍ଭ ପାଇଁ କୌଣସି ସମାରୋହ କରାଯାଇ ନାହିଁ କେବଳ ଔପଚାରିକତା ମାଧ୍ୟମରେ ଏହାକୁ ନୌସେନାରେ ସାମିଲ କରାଯାଇଛି । ଫଳରେ ଜଳପଥରେ ମଧ୍ୟ ଭାରତୀୟ ସେନାର ଶକ୍ତି ବୃଦ୍ଧି ହୋଇଛି ।

ନୌସେନାରେ ସାମିଲ ହେଲା ତାରାଗିରି50 ହଜାର କୋଟି ଟଙ୍କାରେ 7ଟି ଯୁଦ୍ଧ ଜାହାଜ ନିର୍ମାଣ କରାଯିବ । ଏଥିମଧ୍ୟରୁ 4ଟି ମାଜାଗାଓଁ ଡକି ସିପବିଲ୍ଡର୍ସ ଲିମିଟେଡରେ ନିର୍ମିତ ହେଉଥିବାବେଳେ, 3ଟି ଗାର୍ଡେନ ରିଚ୍‌ ସିପବିଲ୍ଡର୍ସ ଆଣ୍ଡ ଇଞ୍ଜିନିୟର୍ସରେ ତିଆରି ହେଉଛି । ଏହି ସବୁ ଜାହାଜରେ ଘାତକ ଅସ୍ତ୍ରଶସ୍ତ୍ର ଏବଂ ଅନ୍ୟାନ୍ୟ ଉପକରଣ ଖଞ୍ଜାଯାଉଛି । ପ୍ରକଳ୍ପ 17ଏ ଅଧୀନରେ ନିର୍ମାଣ କରାଯାଉଥିବା ଭାରତରେ ଥିବା ପାହାଡର ନାମ ଅନୁସାରେ କରାଯାଇଛି ।ହିମାଳୟରେ ଥିବା ତାରାଗିରି ପାହାଡ ନାମ ଅନୁସାରେ ସଦ୍ୟ ତାରାଗିରି ଯୁଦ୍ଧଜାହାଜର ନାମକରଣ ହୋଇଛି । ଉତ୍ତରାଖଣ୍ଡର ଗଡୱାଲରେ ଏହି ପାହାଡ ରହିଛି । 3,510 ଟନ ଓଜନର ତାରାଗିରି ନୌସେନା ଅଫ ନାଭାଲ ଡିଜାଇନ ଦ୍ବାରା କରାଯାଇଛି । ତାରାଗିରିର ବାୟୁ ପ୍ରତିରକ୍ଷା କ୍ଷମତା ଅତ୍ୟନ୍ତ ଶକ୍ତିଶାଳୀ । 149 ଲମ୍ବ ଓ 17.8 ମିଟର ପ୍ରସ୍ଥ ବିଶିଷ୍ଟ ଏହି ଯୁ୍ଦ୍ଧଜାହାଜ ଦୁଇଟି ଗ୍ୟାସ ଟର୍ବାଇନ ଦ୍ବାରା ପରିଚାଳିତ ହେବ । ଏହାର ଘଣ୍ଟାପ୍ରତି ବେଗ 52 କିଲୋମିଟର ରହିବ ।

2019 ସେପ୍ଟେମ୍ବର 28ରେ ନୀଳଗିରି ଯୁଦ୍ଧଜାହାଜ ଲଞ୍ଚ ହୋଇଥିଲା । 2024 ପ୍ରଥମାର୍ଦ୍ଧ ସୁଦ୍ଧା ଏହାକୁ ଟ୍ରାଏଲ କରାଯିବ । ଦ୍ବିତୀୟ ଯୁଦ୍ଧଜାହାଜ ଉଦୟଗିରି ଚଳିତ ବର୍ଷ ମଇ 17ରେ ଲଞ୍ଚ ହୋଇଥିଲା ।

Related Posts