ଟାଟା ଗ୍ରୁପ୍ ହାତେଇଲା ମହିଳା ଆଇପିଏଲର ଟାଇଟଲ ସ୍ପନସରସିପ୍

ଭୁବନେଶ୍ୱର,୨୨/୨(ସତ୍ୟପାଠ ବ୍ୟୁରୋ): ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ)ର ପ୍ରାୟୋଜକ ଅଧିକାର ହାସଲ କରିବା ପରେ ଟାଟା ଗ୍ରୁପ୍ ପ୍ରଥମ ମହିଳା ପ୍ରିମିୟର ଲିଗ୍ ଟାଇଟଲ୍ ସ୍ପୋନସର ହାସଲ କରିଛି । ମହିଳା ଆଇପିଏଲ୍‌ର ପ୍ରଥମ ସଂସ୍କରଣ ମାର୍ଚ୍ଚ ୪ରୁ ମୁମ୍ବାଇରେ ଆରମ୍ଭ ହେବାକୁ ଯାଉଛି । ଏନେଇ ଟ୍ବିଟ କରି ସୂଚନା ଦେଇଛନ୍ତି ଭାରତୀୟ କ୍ରିକେଟ୍ ବୋର୍ଡ ସଚିବ ଜୟ ଶାହା।

ସେ କହିଛନ୍ତି ଯେ, ‘ମୁଁ ଏହା ଘୋଷଣା କରି ବହୁତ ଖୁସି ଯେ, ଟାଟା ଗ୍ରୁପ୍ ପ୍ରଥମ ଓମେନ୍ସ ପ୍ରିମିୟର ଲିଗ୍ ର ଟାଇଟଲ୍ ପ୍ରାୟୋଜକ ହେବ । ଟାଟା ସହଯୋଗରେ ଆମେ ମହିଳା କ୍ରିକେଟକୁ ପରବର୍ତ୍ତୀ ସ୍ତରକୁ ନେବାକୁ ସହାୟତା ହେବ ।’ ସୂତ୍ରରୁ ପ୍ରକାଶ ଯେ ଟାଟା ୫ ବର୍ଷ ପାଇଁ ପ୍ରାୟୋଜକ ଅଧିକାର ହାସଲ କରିଛି । ଗତ ବର୍ଷ ଟାଟା ମଧ୍ୟ ଆଇପିଏଲ୍ର ସ୍ପୋନସର ନେଇଥିଲା । ମାର୍ଚ୍ଚ ୪ରୁ ଖେଳା ଯିବାକୁ ଥିବା ମହିଳା ପ୍ରିମିୟର ଲିଗର ୨୨ଟି ମ୍ୟାଚ୍ ମୁମ୍ବାଇର ବ୍ରାବୋର୍ଣ୍ଣ ଏବଂ ଡିଓ୍ଵାଇ ପାଟିଲ ଦୁଇଟି ଷ୍ଟାଡିୟମରେ ଖେଳାଯିବ । ତେବେ ଟାଟା କେତେ ମୂଲ୍ୟରେ ଡବ୍ଲ୍ୟୁପିଏଲର ପ୍ରାୟୋଜକ ହାସଲ କରିବ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

ଡବ୍ଲ୍ୟୁପିଏଲ ରେ ଭାଗ ନେଇଥିବା ଟିମ୍ ଗୁଡିକ ହେଲେ ମୁମ୍ବାଇ ଇଣ୍ଡିଆନ୍ସ (MI), ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର(RCB), ଦିଲ୍ଲୀ କ୍ୟାପିଟାଲ୍(DC), ଗୁଜୁରାଟ ଟାଇଟନ୍ସ(GT), ୟୁପି ଓ୍ବାରିୟର୍ସ(UPW) । ଉଲ୍ଲେଖନୀୟ ମହିଳା ଆଇପିଏଲ୍‌ର ମିଡିଆ ରାଇଟର୍ସ ୯୫୧ କୋଟିରେ ବିକ୍ରି ହୋଇଛି ।

Related Posts