ପାଟଣାଗଡ଼ରେ ଛାତ୍ରୀଙ୍କୁ ଶିକ୍ଷକ ବସିଉଠ କରାଇବା ଘଟଣା; ତଦନ୍ତ ନିର୍ଦ୍ଦେଶ ଦେଲେ ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପାଟଣାଗଡ଼ରେ ଛାତ୍ରୀଙ୍କୁ ଶିକ୍ଷକ ବସିଉଠ କରାଇବା ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି । ତେବେ ପ୍ରାର୍ଥନା କ୍ଲାସରେ ବିଳମ୍ବ ହେବାଯୋଗୁଁ ଶହେଥର ବସ ଉଠ୍ କରାଇଥିଲେ ଜଣେ ଶିକ୍ଷକ । ଏ ଖବର ସାମ୍ନାକୁ ଆସିବା ପରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବାର ଦେଖିବାକୁ ମିଳିଛି । ଘଟଣାକୁ ନେଇ ତଦନ୍ତ ନିଦେ୍ର୍ଦଶ ଦେଲେ ସମୀର ରଞ୍ଜନ ଦାସ । ସେପଟେ ର୍ଥନାରେ ବିଳମ୍ୱ ହେବାରୁ ବିଦ୍ୟାଳୟର ଶିକ୍ଷକ ତାଙ୍କୁ ବସ ଉଠ୍ କରାଇଥିଲେ ।ପରେ ଛାତ୍ରୀମାନେ ପ୍ରାର୍ଥନା କ୍ଲାସରେ ଅସୁସ୍ଥ ହୋଇପଡିଥିଲେ ।

ସେଥିପାଇ ସେମାନଙ୍କୁ ନିକଟସ୍ଥ ପାଟଣାଗଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ସମସ୍ତ ଶିକ୍ଷାର୍ଥୀ ଭଲ ଅଛନ୍ତି । ଘଟଣା ସ୍ଥଳରେ ପାଟଣା ଗଡ ଗୋଷ୍ଠୀ ଶିକ୍ଷା ଅଧିକାରୀ ଏବଂ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଉପସ୍ଥିତ ଅଛନ୍ତି । ଏ ବିଷୟରେ ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଶଙ୍କର ପ୍ରସାଦ ମାଝୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts