ଟି-୨୦ ବିଶ୍ବକପ୍ ପାଇଁ ଟିମ ଇଣ୍ଡିଆ ଘୋଷଣା, ରୋହିତ ଅଧିନାୟକ, ଦଳକୁ ଫେରିଲେ ଋଷଭ ପନ୍ତ

ଭୁବନେଶ୍ୱର,୩୦/୪(ସତ୍ୟପାଠ ବ୍ୟୁରୋ):    ଟି-୨୦ କ୍ରିକେଟର ସବୁଠାରୁ ବଡ ଟୁର୍ଣ୍ଣାମେଣ୍ଟ ଟି-୨୦ ବିଶ୍ୱକପ ଆସନ୍ତା ଜୁନ ପହିଲାରୁ ଆରମ୍ଭ ହେବାକୁ ଯାଉଛି । ଏହାକୁ ୱେଷ୍ଟଇଣ୍ଡିଜ୍ ଓ ଆମେରିକା ମିଳିତଭାବେ ଆୟୋଜନ କରୁଛନ୍ତି । ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଟିମ୍ ଇଣ୍ଡିଆ ଘୋଷଣା କରାଯାଇଛି। ଏହି ଟୁର୍ଣ୍ଣାମେଣ୍ଟରେ ରୋହିତ ଶର୍ମା ଟିମ୍ ଇଣ୍ଡିଆର ନେତୃତ୍ୱ ନେବେ। ସେହିପରି ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଉପଅଧିନାୟକ ନିଯୁକ୍ତ ହୋଇଛନ୍ତି । ସେହିପରି ଆହତ ଯୋଗୁଁ ଦଳରୁ ଦୂରେଇ ରହିଥିବା ଋଷଭ ପନ୍ତ ଦଳକୁ ଫେରିଛନ୍ତି । ଦଳରେ ସଂଜୁସାମସନଙ୍କୁ ସ୍ଥାନ ମିଳିଥିବାବେଳେ ବୋଲିଂ ଦାୟିତ୍ବ ନେବେ ଯଶପ୍ରୀତ ବୁମରା, ମହମ୍ମଦ ସିରାଜ, ଯୁଜବେନ୍ଦ୍ର ଚହଲ, ଅର୍ଶଦୀପ ସିଂ ଓ କୂଳଦୀପ ଯାଦବ ।

ସେହିପରି ବିସିସିଆଇ ମଧ୍ୟ ଶିବମ୍ ଦୁବେ ଏବଂ ଅକ୍ଷର ପଟେଲଙ୍କ ଉପରେ ଆସ୍ଥା ପ୍ରକଟ କରିଛି। ଶିବମ୍ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସ ପକ୍ଷରୁ ଖେଳୁଛନ୍ତି। ସେମାନେ ବିସ୍ଫୋରକ ବ୍ୟାଟିଂରେ ବିଶେଷଜ୍ଞ। ଏହା ସହିତ ସେମାନେ ଫିନିସର ଭୂମିକାରେ ମଧ୍ୟ ଅଭିନୟ କରନ୍ତି । ଶିବମ୍ ଦୁବେ ଚଳିତ ସିଜନରେ ୯ଟି ମ୍ୟାଚ୍ ଖେଳି ୩୫୦ ରନ୍ କରିଛନ୍ତି। ଏହି ସମୟରେ ସେ ୩ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ସେହିପରି ଅକ୍ଷର ପଟେଲ ବି  ବ୍ୟାଟିଂ ସହ ଚମତ୍କାର ବୋଲିଂ ମଧ୍ୟ ଦେଖାଇଛନ୍ତି।

ଭାରତୀୟ ଦଳ : ରୋହିତ ଶର୍ମା(ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା ( ଉପଅଧିନାୟକ), ଯଶସ୍ୱୀ ଜୟସ୍ୱାଲ, ବିରାଟ କୋହଲି ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ (ୱିକେଟକିପର), ସଞ୍ଜୁ ସାମସନ, ଶିବମ ଦୁବେ, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଅର୍ଶଦୀପ ସିଂହ, ଯଶପ୍ରୀତ ବୁମ୍ରା, ମହମ୍ମଦ ସିରାଜ। ରିଜର୍ଭ ଖେଳାଳି : ଶୁଭମନ ଗିଲ୍, ଅଭେଶ ଖାଁ, ରିଙ୍କୁ ସିଂ ଓ ଖଲିଲ ଅହମ୍ମଦ

Related Posts