ଦ୍ୱିତୀୟ ଥର ପାଇଁ WHO ର ମହାନିର୍ଦ୍ଦେଶକ ହେଲେ ଟେଡ୍ରୋସ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦ୍ୱିତୀୟ ଥର ପାଇଁ WHO ର ମହାନିର୍ଦ୍ଦେଶକ ହେଲେ ଟେଡ୍ରୋସ । ହୁ ମୁଖ୍ୟ ଭାବେ ଟେଡ୍ରୋସଙ୍କ ଦ୍ୱିତୀୟ କାର୍ୟ୍ୟକାଳ ପାଇଁ ମିଳିତ ଜାତିସଂଘ ସ୍ୱାସ୍ଥ୍ୟ ଏଜେନ୍ସିର ସଦସ୍ୟ ରାଷ୍ଟ୍ର ସହମତି ପ୍ରକାଶ କରିଛନ୍ତି। ଏନେଇ ମଙ୍ଗଳବାର ସବୁ ରାଷ୍ଟ୍ର ମିଳିତ ସହମତି ପ୍ରକାଶ କରିଛନ୍ତି। କରୋନା ମହାମାରୀର ପ୍ରତିକୂଳ ପରିସ୍ଥିତିରେ ଅନ୍ୟ କୌଣସି ପ୍ରାର୍ଥୀ ଏହି ପଦ ପାଇଁ ଟେଡ୍ରୋସଙ୍କୁ ଚ୍ୟାଲେଞ୍ଜ କରିନଥିଲେ।

ପୁଣି ଥରେ ଏହି ଦାୟିତ୍ୱ ପାଇବା ଟ୍ରେଡୋସ କହିଛନ୍ତି, ‘ଏହା ଭାବ ବିହ୍ୱଳ କରିବା ମୁହୂର୍ତ୍ତ’ । ଟେଡ୍ରୋସ ଅତି ଭାବୁକ ହୋଇଥିଲେ ଏବଂ ତାଙ୍କ ଆଖିରୁ ଲୁହ ଝରି ଆସିଥିଲା। ସେ ନିଜକୁ ଯୁଦ୍ଧରେ ନବାଗତ କହିଥିଲେ। ଏହାସହ ଅତି କମ ବୟସରୁ ନିଜର ସାନ ଭାଇର ମୃତ୍ୟୁ ଦେଖିବା ପରେ ଭାଗ୍ୟ ତାଙ୍କୁ ଏଠାରେ ପହଞ୍ଚାଇଥିବା ସେ କହିଛନ୍ତି।

Related Posts